ଓଡ଼ିଶା ସଫ୍‌ଟବଲ୍‌ ଦଳକୁ ଦ୍ବିମୁକୁଟ

ଭୁବନେଶ୍ବର: ପଶ୍ଚିମବଙ୍ଗର କଲ୍ୟାଣୀଠାରେ ଗତ ୨୬ ତାରିଖରୁ ଆୟୋଜିତ ତିନିଦିନିଆ ପୂର୍ବାଞ୍ଚଳ ସଫ୍‌ଟବଲ୍‌ ପ୍ରତିଯୋଗିତାରେ ଓଡ଼ିଶାକୁ ଦ୍ବିମୁକୁଟ ମିଳିଛି। ଉଭୟ ପୁରୁଷ ଓ ମହିଳାରେ ଓଡ଼ିଶା ଦଳ ଟ୍ରଫି ଜିତିଛି। ପୁରୁଷ ଦଳ ବିହାରକୁ ୧୧-୦, ମଣିପୁରକୁ ୧୩-୨, ପଶ୍ଚିମବଙ୍ଗକୁ ୧୫-୨ରେ ହରାଇବା ପରେ ଫାଇନାଲ୍‌ରେ ମଣିପୁରକୁ ୯-୧ରେ ପରାସ୍ତ କରି ବିଜେତା ହୋଇଥିଲା। ସେହିପରି ମହିଳା ଦଳ ବିହାରକୁ ୧୦-୦, ମଣିପୁରକୁ ୧୫-୨ରେ ପରାସ୍ତ କରିବା ପରେ ଫାଇନାଲ୍‌ରେ ପଶ୍ଚିମବଙ୍ଗକୁ ୪-୧ରେ ପରାସ୍ତ କରି ବିଗଜତା ହୋଇଥିଲା। ଏହି ଯୁଗଳ ସଫଳତା ପାଇଁ ଓଡ଼ିଶା ସଂଘର ସଂପାଦକ ଦେବେନ୍ଦ୍ର ସାହୁ, ପ୍ରଶିକ୍ଷକ ବିଭୁଦତ୍ତ ରଥ ଓ ଅନ୍ୟ କର୍ମକର୍ତାମ‌ାନେ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗୌତମ ବିଶ୍ବାସ ଓ ଅଚ୍ୟୁତାନନ୍ଦ ସାହୁ ପୁରୁଷ ଦଳର ପ୍ରଶିକ୍ଷକ ଓ ପ୍ରବନ୍ଧକ ଏବଂ ବିନୁ ସାହୁ ଓ ବବିତା ନାୟକ ମହିଳା ଦଳର ପ୍ରଶିକ୍ଷକ ଓ ପ୍ରବନ୍ଧକ ରହିଥିଲେ।

ସମ୍ବନ୍ଧିତ ଖବର