ଓଡ଼ିଶା କୁସ୍ତି ଦଳର ଶିରିଡ଼ି ଯାତ୍ରା

ଭୁବନେଶ୍ବର: ୨୩ ବର୍ଷରୁ କମ୍‌ ଜାତୀୟ କୁସ୍ତି ପ୍ରତିଯୋଗିତା ଲାଗି ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ‌ମଙ୍ଗଳବାର ଶିରିଡ଼ି ଯାତ୍ରା କରିଛନ୍ତି। ଏହି ପ୍ରତିଯୋଗିତା ଚଳିତ ମାସ ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଗତ ୮ ତାରିଖରେ ବାଟବାଟୀ ଷ୍ଟାଡିୟମସ୍ଥିତ ତେନ୍ଦୁଲକର ଇନ୍‌ଡୋର ହଲ୍‌ରେ ଆୟୋଜିତ ରାଜ୍ୟ କୁସ୍ତି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପହଲିମାନମାନେ ଜାତୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଥିଲେ ବୋଲି ଓଡ଼ିଶା କୁସ୍ତି ସଂଘର ସମ୍ପାଦକ ବିନୋଦ ଚନ୍ଦ୍ର ଦାସ ଓ ତତ୍ତ୍ବା‌ବଧାରକ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ଜଣାଇଛନ୍ତି।

ପୁରୁଷ ବର୍ଗ: ସଦାଶିବ ବାରିକ, ପ୍ରଶାନ୍ତ କୁମାର ବିଶ୍ବାଳ, ଲୋକନାଥ ସୁପକାର, କିରଣ ଦଳାଇ, କେଦାର ଦଳାଇ, ଅଭିଷେକ ନାୟକ, ଚିନ୍ମୟ କୁମାର ରଣା, ବିକାଶ କୁମାର ନାୟକ, ବାବନ ରାଉତ (ପ୍ରଶିକ୍ଷକ), ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ (ପ୍ରବନ୍ଧକ)। ମହିଳା ବର୍ଗ: ରୋଜାଲିନ ପାଳ, ସୁବର୍ଣ୍ଣା ନାୟକ, ଅଜିଜା ବେଗମ, ଆଲୋକରଶ୍ମୀ ଗୁରୁ, ପୂଜା ମହାରଣା, ପାର୍ବତୀ ଦଳାଇ, ମନୀଷା ବେହେରା (ପ୍ରଶିକ୍ଷକ), ସନ୍ତୋଷ କୁମାର ଦାସ ( ପ୍ରବନ୍ଧକ)।

ସମ୍ବନ୍ଧିତ ଖବର