ଅଫ୍‌ ସାଇଡ୍‌: ଡାକ୍ତରଖାନାରେ ଫରହାନ୍‌

ମସ୍କୋ: ଅଭ୍ୟାସ ଅଧିବେସନ ବେଳେ ସାଥୀ ଖେଳାଳିଙ୍କ ସହ ଧକ୍କା ହେବା ପରେ ପେରୁର ଅଗ୍ରଭାଗ ଖେଳାଳି ଜେଫରସନ୍‌ ଫରହାନ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ସୋଚିର ଏକ ଡାକ୍ତରଖାନାରେ ଭର୍ତି କରାଯାଇଛି। ସଂପ୍ରତି ସେ ଡାକ୍ତରଙ୍କ ଦେଖାଶୁଣାରେ ଅଛନ୍ତି। ଅବସ୍ଥା ଭଲ ଥିଲେ ମଧ୍ୟ ଆଉ କିଛି ଦିନ ସେ ଡାକ୍ତରଖାନାରେ ରହିବେ ବୋଲି ପେରୁ ଫୁଟବଲ୍‌ ସଂଘ କହିଛି। ପେରୁ ଡେନମାର୍କ ଏବଂ ଫ୍ରାନ୍ସଠାରୁ ହାରି ବିଶ୍ୱକପରୁ ବିଦାୟ ନେଇ ସାରିଛି। ଶେଷ ମୁକାବିଲାରେ ଏହି ଦଳ ଅଷ୍ଟ୍ରେଲିଆକୁ ଭେଟିବ।

ସମ୍ବନ୍ଧିତ ଖବର