ଏସିଆ କପ୍‌: ଶ୍ରୀଲଙ୍କା ବିପକ୍ଷ‌ରେ ଟସ୍‌ ଜିଣି ପାକିସ୍ତାନର ବୋଲିଂ ନିଷ୍ପତ୍ତି

ଦୁବାଇ: ଏସିଆ କପ୍‌-୨୦୨୨ ଫାଇନାଲ ମୁକାବିଲାରେ ଶ୍ରୀଲଙ୍କା ବିପକ୍ଷ‌ରେ ଟସ୍‌ ଜିଣି ପାକିସ୍ତାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଶ୍ରୀଲଙ୍କା ବ୍ୟାଟିଂ କରୁଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଏହି ମ୍ୟାଚ ଖେଳାଯାଉଛି। ଏହି ମୁକାବିଲା ପାଇଁ ବିଶ୍ବବ୍ୟାପୀ କ୍ରିକେଟ ପ୍ରଶଂସକ ଅପେକ୍ଷା କରିଛନ୍ତି। ଶ୍ରୀଲଙ୍କାର ଟିମ୍ ଏପର୍ଯ୍ୟନ୍ତ ଏସିଆ କପ୍‌ରେ ୫ ଥର ଚମ୍ପିଅନ୍ ହୋଇଥିବା ବେଳେ ପାକିସ୍ତାନ ୩ୟ ଥର ପାଇଁ ଟ୍ରଫି ହାତେଇବାକୁ ଉଦ୍ୟମ କରିବ। ଶ୍ରୀଲଙ୍କା ଦୁଇ ଦିନ ପୂର୍ବରୁ ସୁପର-୪ ମୁକାବିଲାରେ ପାକିସ୍ତାନକୁ ଶୋଚନୀୟ ଭାବେ ପରାସ୍ତ କରିଥିଲା।

ଶ୍ରୀଲଙ୍କାକୁ ଆଫଗାନିସ୍ତାନ ଓ ବାଂଲାଦେଶ ସହିତ ଗ୍ରୁପ-ବିରେ ରଖାଯାଇଥିଲା, ଯିଏକି ବାଂଲାଦେଶକୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଥିଲା। ପୁଣି ସୁପର-୪ରେ ଆଫଗାନିସ୍ତାନ, ଭାରତ ଓ ପାକିସ୍ତାନକୁ ହରାଇ ଫାଇନାଲରେ ନିଜ ସ୍ଥାନ ସୁରକ୍ଷିତ କରିଥିଲା। ଅନ୍ୟପଟରେ ପାକିସ୍ତାନକୁ ଗ୍ରୁପ ଷ୍ଟେଜରେ ଭାରତ ବିପକ୍ଷରେ ହାରିବାକୁ ପଡ଼ିଥିଲା। କିନ୍ତୁ ପରେ ହଙ୍ଗକଙ୍ଗ୍କୁ ହରାଇ ପାକିସ୍ତାନ ସୁପର-୪ରେ ପ୍ରବେଶ କରିଥିଲା। ଏହା ପରେ ସୁପର-୪ରେ ଭାରତ ଓ ଆଫଗାନିସ୍ତାନକୁ ହରାଇ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଥିଲା।

ପାକିସ୍ତାନ ଶେଷ ଥର ପାଇଁ ୨୦୧୨ ମସିହାରେ ଏସିଆ କପ୍ ଜିତିଥିଲା। ସେହି ସମୟରେ ବାଂଲାଦେଶକୁ ୨ ରନ୍ରେ ହରାଇ ଚମ୍ପିଅନ ହୋଇଥିଲା। ଏବେ ପାକିସ୍ତାନ ପାଖରେ ୧୦ ବର୍ଷ ପରେ ଟାଇଟଲ ଜିତିବାର ସୁଯୋଗ ଆସିଛି।

ସମ୍ବନ୍ଧିତ ଖବର