ପାକିସ୍ତାନର ନୂଆ ମାଇଲଖୁଣ୍ଟ, ୧୦୦ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଜିତିବାରେ ପ୍ରଥମ ଦଳ

ଜୋହାନେସ‌୍ବର୍ଗ: ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ କ୍ରିକେଟ୍‌ରେ ପାକିସ୍ତାନ ନୂଆ ମାଇଲଖୁଣ୍ଟ ଛୁଇଁଛି। ଯାହାକି ୧୦୦ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଜିତିବାରେ ପ୍ରଥମ ଦଳ ହୋଇଛି। ଶନିବାର ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌କୁ ୫ ୱିକେଟ୍‌ରେ ଜିତି ପାକିସ୍ତାନ ଏହି କୀର୍ତ୍ତିମାନ ହାସଲ କରିଥିଲା। ସଂପ୍ରତି ପାକିସ୍ତାନ ୧୬୪ ମ୍ୟାଚ୍‌ ଖେଳିଥିଲା‌ ବେଳେ ୨ ବାତିଲ ହୋଇଛି। ୧୦୦ଟି ବିଜୟ, ୫୯ ପରାଜୟ ଏବଂ ୩ ଟାଇରେ ଶେଷ ହୋଇଛି। ପ‌ାକିସ୍ତାନ ପଛକୁ ଏହାର ନିକଟତମ ପ୍ରତିଦ୍ବନ୍ଦ୍ବୀ ଭାରତ ୧୪୨ ମ୍ୟାଚ୍‌ରୁ ୮୮ ବିଜୟ ପାଇଥିଲା ବେଳେ ୪୭ଟିରେ ପରାସ୍ତ ହୋଇଛି। ଅବଶିଷ୍ଟ ୭ ମଧ୍ୟରୁ ୩ଟି ଟାଇ ଏବଂ ୪ଟି ବାତିଲ ରହିଛି। ଏମାନଙ୍କ ପଛକୁ ୩ ଦଳ ଅଷ୍ଟ୍ରେଲିଆ (୧୩୬ ମ୍ୟାଚ୍‌), ଦକ୍ଷିଣ ଆଫ୍ରିକା (୧୨୮ ମ୍ୟାଚ୍‌) ଓ ନ୍ୟୁଜିଲାଣ୍ଡ (୧୪୫ ମ୍ୟାଚ୍‌) ୭୧ ଲେଖାଏଁ ବିଜୟ ପାଇ ମିଳିତ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର