ପାରାମାଉଣ୍ଟ୍‌ କପ୍‌ ସେମିରେ ପ୍ରଗତି ସ୍ପୋର୍ଟିଂ

ଭୁବନେଶ୍ବର: ଅରବିନ୍ଦ ସ୍ମାରକୀ ପାରାମାଉଣ୍ଟ୍‌ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଶେଷ ଦଳ ଭାବେ ଭୁବନେଶ୍ବରର ପ୍ରଗତି ସ୍ପୋର୍ଟିଂ ପ୍ରବେଶ କରିଛି। ସୋମବାର କ୍ବାର୍ଟର ଫାଇନାଲ୍‌ରେ ପ୍ରଗତି ସ୍ପୋର୍ଟିଂ ୬ ୱିକେଟ୍‌ରେ ଭୁବନେଶ୍ବରର ଗ୍ରିନ୍ସ କ୍ରିକେଟ୍‌ ଏକ‌େଡେମିକୁ ପରାସ୍ତ କରିଦେଇଛି। ଗ୍ରିନ୍ସ ଏକାଦଶ ୩୫.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୫୩ ରନ୍‌ କରିଥିଲା‌। ସୂର୍ଯ୍ୟକାନ୍ତ ଭୂତିଆ ୪୫ ଓ ତାରିଣୀ ନାୟକ ୩୧ ରନ୍‌ କରିଥିଲେ। ପ୍ରଗତି ପକ୍ଷରୁ ସାର୍ଥକ ସୌରଭ କୁମାର ୩ ଏବଂ ସୌଭାଗ୍ୟ ବେହେରା, ସୌମ୍ୟ ମହରଣା ଓ ଆୟୁଷ ସାମନ୍ତରାୟ ୨ ଲେଖାଏଁ ୱିକେଟ୍‌ ପାଇଥିଲେ। ସ୍କୃତି ପ୍ରକାଶ ସ୍ବାଇଁ (୬୬)ଙ୍କ ଅର୍ଧଶତକ ଏବଂ ଅମନ ନାୟକଙ୍କ ୩୭ ରନ୍‌ ବଳରେ ପ୍ରଗତି ୨୯.୫ ଓଭରରେ ୪ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଗ୍ରିନ୍ସ ପକ୍ଷରୁ ତାରିଣୀ ନାୟକ ୩ ୱିକେଟ୍‌ ପାଇଥିଲେ। ଅର୍ଧଶତକୀୟ ପାଳି ପାଇଁ ସ୍ମୃତି ପ୍ରକାଶ ନାୟକଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଏବଂ ସୌମ୍ୟ ମହରଣାଙ୍କୁ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ପୁରସ୍କାର ଅତିଥି ବିଜେଇଏମ୍‌ ସ୍କୁଲ୍‌ର ଅଧ୍ୟକ୍ଷ ସନ୍ଧ୍ୟା ଜେନା ପ୍ରଦାନ କରିଥିଲେ। ସୁଶାନ୍ତ ଦାସ ଓ ଦିଲ୍ଲୀପ ସାମଲ ଅମ୍ପାୟାର ରହିଥିଲା ବେଳେ ‌ରଶ୍ମୀରଂଜନ ମଲ୍ଲ ସ୍କୋରର୍‌ ଥିଲେ। ଗୁରୁବାର ପ୍ରଥମ ସେମିଫାଇନାଲ୍‌ରେ ଭୁବନେଶ୍ବରର ପାରାମାଉଣ୍ଟ୍‌ ସ୍ପୋର୍ଟିଂ ଓ କଟକର ୟୁନିୟନ୍‌ ସ୍ପୋର୍ଟିଂସ୍‌ ଏବଂ ଶୁକ୍ରବାର ଦ୍ବିତୀୟ ସେମିଫାଇନାଲ୍‌ରେ ଭୁବନେଶ୍ବରର ଦୁଇ ଦଳ ରାମେଶ୍ବର ସ୍ପୋର୍ଟିଂ ଓ ପ୍ରଗତି ସ୍ପୋର୍ଟିଂ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର