ବିଶ୍ୱକପ୍‌: ଆସନ୍ତାକାଲି ଅଭ୍ୟାସ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ୍‌ ଇଣ୍ଡିଆ

ଲଣ୍ଡନ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବିଶ୍ୱକପ୍‌ ୨୦୧୯ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଅଭ୍ୟାସ ମ୍ୟାଚ୍‌ ଖେଳାଯିବ। ଟ୍ରଫି ପାଇଁ ଦାବି ସାବ୍ୟସ୍ତ କରୁଥିବା ଟିମ୍‌ ଇଣ୍ଡିଆ ଶନିବାର ଏଠାରେ ବିଶ୍ୱକପ୍‌ ପାଇଁ ଅଭ୍ୟାସ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚରେ ଟିମ୍‌ ଇଣ୍ଡିଆ ସମେତ ନ୍ୟୁଜିଲାଣ୍ଡର ଖେଳାଳିମାନେ ପରିସ୍ଥିତି ସହ କେମିତି ଖେଳାଯିବ, ତାହା ଶିଖିବେ। ଉଭୟ ଟିମ୍‌ ନିଜର ଉତ୍ତମ ପ୍ରଦର୍ଶନ ପାଇଁ ଉଦ୍ୟମ କରିବେ।

ଟିମ୍‌ ଇଣ୍ଡିଆକୁ ଏବେ ବି ବ୍ୟାଟିଂ ଅର୍ଡର ନେଇ ଚିନ୍ତା ଅଛି। ଚତୁର୍ଥ କ୍ରମରେ ବ୍ୟାଟିଂକୁ ନେଇ ସଂକଟ ପ୍ରକାଶ କରିଛି। କିଙ୍ଗସ୍‌ଟନ୍‌ ଓଭାଲରେ ହେବାକୁ ଥିବା ଏହି ମୁକାବିଲାରେ ଟିମ୍‌ ନିଜର ମଜବୁତ ବୋଲିଂ ଆକ୍ରମଣକୁ ଛାଡି ଲୋକେଶ ରାହୁଲ ଏବଂ ବିଜୟ ଶଙ୍କରଙ୍କ ଉପରେ ଅଧିକ ଦୃଷ୍ଟି ଦେବ। କାରଣ ଏହି ୨ ଜଣ ଖେଳାଳି ୪ର୍ଥ କ୍ରମରେ ବ୍ୟାଟିଂ କରିପାରନ୍ତି।

ଅନ୍ୟପଟରେ ନ୍ୟୁଜିଲାଣ୍ଡ ସମେତ ଅନ୍ୟ ବିରୋଧୀ ଯିମ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଉପରେ ନଜର ପକାଇଛନ୍ତି। କାରଣ କୋହଲି ଦିନିକିଆ ସମେତ ଟେଷ୍ଟ କ୍ରିକେଟରେ ମଧ୍ୟ ଏକ ନମ୍ବର ବ୍ୟାଟସ୍‌ମ୍ୟାନ ଅଟନ୍ତି। ଉଭୟ ଟିମ୍‌ ନିଜର ବୋଲିଂ ଲାଇନରେ ସଂଶୋଧନ ଆଣିବାକୁ ଉଦ୍ୟମ କରିବେ।

ସମ୍ବନ୍ଧିତ ଖବର