ଭାରତ-ଏ ଦଳରେ ପ୍ରିୟଙ୍କା

କଟ: ଓଡ଼ିଶାର ମହିଳା କ୍ରିକେଟର୍‌ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଭାରତ-ଏ’ ଦଳରେ ସ୍ଥାନ ପାଇଛନ୍ତି। ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଦୁଇଟି ଟେ୍ଵଣ୍ଟି-୨୦ ଅଭ୍ୟାସ ମ୍ୟାଚ୍‌ ପାଇଁ ତାଙ୍କୁ ତାଙ୍କୁ ଦଳରେ ସ୍ଥାନ ମିଳିଛି। ଏସ୍‌ ମେଘନାଙ୍କ ନେତୃତ୍ୱରେ ଘୋଷିତ ହୋଇଥିବା ଭାରତୀୟ ଦଳ ଆସନ୍ତା ୧୮ ଓ ୧୯ ତାରିଖରେ ମୁମ୍ବାଇରେ ଦୁଇ ମ୍ୟାଚ୍‌ ଖେଳିବ। ଜାନୁଆରିରେ ଶେଷ ହୋଇଥିବା ମହିଳା ଟେ୍ଵଣ୍ଟି-୨୦ରେ ଓଡ଼ିଶା ପ୍ଲେଟ୍‌ ଗ୍ରୁପ୍‌ ବିଜେତା ହୋଇଥିଲା ବେଳେ ପ୍ରିୟଙ୍କା ସେଥିରେ ପ୍ରଭାବୀ ପ୍ରଦର୍ଶନ ଦେଇଥିଲେ। କର୍ଣ୍ଣାଟକ ବିପକ୍ଷ ସେମି ଫାଇନାଲ୍‌ରେ ପ୍ରିୟଙ୍କା ୫ ଓ୍ଵିକେଟ୍‌ ନେଇ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଠାରେ ସୂଚନାଯୋଗ୍ୟ, ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳା ୨୨ ତାରିଖରୁ ଆରମ୍ଭ ହେଉଛି। ଏଥିପୂର୍ବରୁ ଅଭ୍ୟାସ ମ୍ୟାଚ୍‌ ଖେଳାଯିବାକୁ ଥିବାରୁ ଇଂଲଣ୍ଡ ବିପକ୍ଷ ଦଳରେ ପ୍ରିୟଙ୍କାଙ୍କୁ ସ୍ଥାନ ମିଳିଛି।

ସମ୍ବନ୍ଧିତ ଖବର