ଏସୀୟ କବାଡ଼ି ଶିବିରରେ ପୁଷ୍ପଲତା

ଭୁବନେଶ୍ୱର: ଇଣ୍ଡୋନେସିଆର ଜାକର୍ତାରେ ଆୟୋଜିତ ହେବାକୁ ଯାଉଥିବା ଅଷ୍ଟାଦଶ ଏସୀୟ କବାଡ଼ି ପ୍ରତିଯୋଗିତା ପାଇଁ ଭାରତୀୟ ଦଳର ପ୍ରଶିକ୍ଷଣ ଶିବିର ଆଜିଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଗାନ୍ଧିନଗର (ଗୁଜରାଟ) ସାଇ କେନ୍ଦ୍ରରେ ଅନୁଷ୍ଠିତ ହେବ। ଏହି ଶିବିରରେ ଯୋଗଦେବା ପାଇଁ ଓଡ଼ିଶାରୁ ପୁଷ୍ପଲତା ଜେନା ମନୋନୀତ ହୋଇଛନ୍ତି। ଭୁବନେଶ୍ୱର କ୍ରୀଡ଼ା ସଂସଦ ପକ୍ଷରୁ କବାଡ଼ି ଖେଳିବା ଆରମ୍ଭ କରିଥିବା ପୁଷ୍ପଲତା ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ ବର୍ଗରେ ପ୍ରତିନିଧିତ୍ୱ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ୨୦୧୪ରେ କନିଷ୍ଠ ବର୍ଗରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଦ୍ୱାରା ଗୋଟିଏ ମାସ ପ୍ରଶିକ୍ଷଣ ପରେ ୨୦୧୭ରେ ୬୫ତମ ଜାତୀୟ ବରିଷ୍ଠ କବାଡ଼ି ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ଚୟନକର୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏବେ ଏସୀୟ ଦଳର ପ୍ରଶିକ୍ଷଣ ଶିବିର ପାଇଁ ମନୋନୀତ ହୋଇଥିବାରୁ ପୁଷ୍ପଲତାଙ୍କୁ ଓଡ଼ିଶା ସଂଘର ସଂପାଦକ ଅଜୟ ବେହେରା କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର