ରଣଜୀ ଫାଇନାଲ୍‌ : ସୌରାଷ୍ଟ୍ର ୪୨୫, ବେଙ୍ଗଲ ୧୩୪/୩

କଟକ : ଅର୍ପିତ ଭାସବଡ଼ାଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକ ସାଙ୍ଗକୁ ଚେତେଶ୍ବର ପୂଜାରା, ଅଭି ବାରେତ ଓ ବିଶ୍ବରାଜ ସି˚ହ ଜାଦେଜାଙ୍କ ଅର୍ଧଶତକ ବଳରେ ସୌରାଷ୍ଟ୍ର ରାଜକୋଟରେ ଚାଲିଥିବା ରଣଜୀ ଟ୍ରଫି ଫାଇନାଲ୍‌ରେ ନିଜ ପ୍ରଥମ ପାଳିରେ ୪୨୫ ରନ୍‌ର ସମ୍ମାନଜନକ ସ୍କୋର୍‌ କରିନେଇଛି। ଏହାପରେ ବେଙ୍ଗଲ ତୃତୀୟ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ତା’ ପ୍ରଥମ ପାଳିରେ ୩ ଵିକେଟ୍‌ ହରାଇ ୧୩୪ ରନ୍‌ କରିଛି। ସୁଦୀପ କୁମାର ଘରାମି ୨୬, ଅଭିମନ୍ୟୁ ଇଶ୍ବରନ୍‌ ୯, ମନୋଜ ତିଵାରୀ ୩୫ ରନ୍‌ରେ ଆଉଟ ହୋଇଥିଲା ବେଳେ ସୁଦୀପ ଚାଟାର୍ଜୀ ୪୭*, ରିଦ୍ଧିମାନ ଶାହା ୪* ରନ୍‌ରେ ଅପରାଜିତ ଅଛନ୍ତି। ଫଳରେ ହାତରେ ୭ ୱିକେଟ୍‌ ଥାଇ ବେଙ୍ଗଲ ଏବେ ବି ୨୯୧ ରନ୍‌ ପଛରେ ରହିଛି।

ଏଥିପୂର୍ବରୁ ସୋମବାର ସୌରାଷ୍ଟ୍ର ଟସ୍‌ ଜିତି ବ୍ୟାଟି˚ କରିଥିଲା। ହର୍ମିତ ଦେଶାଇ (୩୮) ଓ ଅଭି ବାରୋତ ପ୍ରଥମରୁ ଧୀମା ଖେଳି ୨୨୭ ବଲ୍‌ରୁ ୮୨ ରନ୍‌ ଯୋଡ଼ିଥିଲେ। ହର୍ମିତଙ୍କ ଵିକେଟ୍‌ ଯିବା ପରେ ଅଭି (୫୪) ଅର୍ଧଶତକ ପୂରଣ କରିଥିଲେ। ବିଶ୍ବରାଜ ସି˚ହ ଜାଦେଜା ମଧ୍ୟ ଧୀମା ଖେଳି ନିଜର ଅର୍ଧଶତକ (୫୪) ପୂରଣ କରିବା ପରେ ଆଉଟ ହୋଇଥିଲେ। ମଧ୍ୟକ୍ରମରେ ଅର୍ପିତ ଓ ଚେତେଶ୍ବର ପୂଜାରା ପାଳି ସମ୍ଭାଳିଥିଲେ। ଅର୍ପିତ ୧୦୬ ଓ ପୂଜାରା ୬୬ ରନ୍‌ରେ ନିଜ ଵିକେଟ୍‌ ହରାଇଥିଲେ। ଅବଶ୍ୟ ପୂଜାରା ଓ ଭାସବଡ଼ା ଷଷ୍ଠ ୱିକେଟ୍‌ରେ ୧୪୨ ରନ୍ ଯୋଡ଼ି ସ୍ଥିତି ଦୃଢ଼ କରିଥିଲେ। ଏହାପରଠୁ ଆଉ ବିଶେଷ ସହଯୋଗ ମିଳି ନଥିଲା ବେଳେ ୧୦ ଓ ୧୧ ନମ୍ବର ସ୍ଥାନରେ ଆସିଥିବା ଧର୍ମେନ୍ଦ୍ରସି˚ହ ଜାଦେଜା ୩୩* ଓ ଜୟଦେବ ଉନାଦକତ ୨୦ ରନ୍‌ କରିଥିଲେ। ଉଭୟ ଜାଦେଜା ଓ ଅଧିନାୟକ ଜୟଦେବ ଉନାଦ୍‌କଟ୍‌ ଶେଷ ୱିକେଟ୍‌ରେ ୩୮ ରନ୍ ଯୋଡ଼ିବାରୁ ଦଳ ୪୦୦ ରନ୍‌ ଅତିକ୍ରମ କରିଥିଲା। ବେଙ୍ଗଲ ପକ୍ଷରୁ ଆକାଶଦୀପ ୪, ଶାହାବାଜ ଅହମ୍ମଦ ୩, ମୁକେଶ କୁମାର ୨, ଇଶାନ ପୋରେଲ ୧ ଵିକେଟ୍‌ ନେଇଥଲେ।

ସମ୍ବନ୍ଧିତ ଖବର