ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲ୍‌: ଓଡ଼ିଶାର ବ୍ୟାଟି˚ ବିଫଳତା, ବେଙ୍ଗଲକୁ ପାଳି ଅଗ୍ରଣୀ

କଟକ: ଓଡ଼ିଶାର ବ୍ୟାଟି˚ ବିଫଳତା ଦଳର ସେମି ଫାଇନାଲ୍‌ ଆଶା ଉପରେ ଆଶଙ୍କାର ବାଦଲ ଢାଙ୍କିଦେଇଛି। ୫ ଦିନିଆ ମ୍ୟାଚ୍‌ରେ ଓଡ଼ିଶାକୁ ନିଶ୍ଚିତ ପାଳି ଅଗ୍ରଣୀ ଆବଶ୍ୟକ ହେଉଥିଲେ ହେଁ ଦଳ ତୃତୀୟ ଦିନ ସୁଦ୍ଧା ହାର‌୍‌ ମାନିନେଲାଣି। ଯାହାଫଳରେ ଡ୍ରିମ୍ସରେ ଚାଲିଥିବା ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲ୍‌ ମୁକାବିଲାରେ ଭ୍ରମଣକାରୀ ଦଳ ସୁବିଧାଜନକ ସ୍ଥିତିକୁ ଆସିଯାଇଥିଲା ବେଳେ ଓଡ଼ିଶା ଚାପ ଭିତରକୁ ଠେଲି ହୋଇଗଲାଣି। ଓଡ଼ିଶା ୨୫୦ ରନ୍‌ରେ ପ୍ରଥମ ପାଳିର ସମସ୍ତ ଵିକେଟ୍‌ ହରାଇ ପଛୁଆ ହୋଇଯାଇଥିଲା ବେଳେ ବେଙ୍ଗଲ ଦ୍ବିତୀୟ ପାଳିରେ ୨ ଵିକେଟ୍‌ ବିନିମୟରେ ୭୯ ରନ୍‌ ସ˚ଗ୍ରହ କରି ମୋଟ ଉପରେ ୧୬୧ ରନ୍‌ରେ ଆଗୁଆ ରହିଛି। ତଥାପି ହାତରେ ଆଉ ଦୁଇ ଦିନ ବାକି ରହିଛି। ଏଭଳିସ୍ଥିତିରେ ପିଚ୍‌ରୁ ଅଧିକ କିଛି ଫାଇଦା ମିଳିବା ଆଶା କ୍ଷୀଣ। ଏପରିକି ଓଡ଼ିଶା ଦଳରେ ବିଶେଷଜ୍ଞ ସ୍ପିନର ନଥିବାରୁ ବେଙ୍ଗଲର ଵିକେଟ୍‌ ବାହାର କରିବା ସହଜ ହେବନି।

ଦ୍ବିତୀୟ ଦିନରେ ଓଡ଼ିଶା ମିଶ୍ରିତ ପ୍ରଦର୍ଶନ କରି ୪ ଵିକେଟ୍‌ ବିନିମୟରେ ୧୫୧ ରନ୍‌ କରିଥିଲା। ତୃତୀୟ ଦିନ ଦେବବ୍ରତ ପ୍ରଧାନଙ୍କ ସହ ଅଧିନାୟକ ଶୁଭ୍ରା˚ଶୁ ସେନାପତି ପାଳି ଆଗକୁ ବଢ଼ାଇବାର ଦାୟିତ୍ବ ନେଇଥି‌ଲେ। ଉଭୟ ରକ୍ଷଣାତ୍ମକ ଖେଳ ଜାରି ରଖିଥିଲା ବେଳେ ଦଳୀୟ ସ୍କୋର୍‌ ୧୯୧ ବେଳେ ଦେବବ୍ରତ (୧୧)ଙ୍କୁ ନୀଳକଣ୍ଠ ଦାସ ତୃତୀୟ ଶିକାର କରିଥିଲେ। ଅଧା ଵିକେଟ୍‌ ଚାଲିଯାଇଥିବାରୁ ବଡ଼ ଭାଗୀଦାରିର ଆବଶ୍ୟକତା ହେଉଥିଲା। ଏପରିସ୍ଥଳେ ବିପ୍ଲବ ସାମନ୍ତରାୟ (୩), ରାଜେଶ ଧୂପର (୧୦), ସୂର୍ଯ୍ୟକାନ୍ତ ପ୍ରଧାନ (୧୩) ନିୟମିତ ଅନ୍ତରାଳରେ ଆଉଟ୍‌ ହୋଇଥିଲେ। ଶୁଭ୍ରା˚ଶୁ ଗୋଟିଏ ପଟରୁ ସ˚ଘର୍ଷ କରି ଚଳିତ ଋତୁର ପ୍ରଥମ ଅର୍ଧଶତକର ନିକଟତର ହେବା ବେଳକୁ ନିଜ ଵିକେଟ୍‌ ହରାଇଥିଲେ। ଆଉଟ୍‌ ହେବା ବେଳକୁ ଶୁଭ୍ରା˚ଶୁ ୧୦୩ ବଲ୍‌ରୁ ୪୬ ରନ୍‌ କରିଥିଲେ। ଶେଷ ଵିକେଟ୍‌ ଭାବେ ବସନ୍ତ ମହାନ୍ତି ୫ ରନ୍‌ କରି ଆଉଟ୍‌ ହୋଇଥିଲେ। ବେଙ୍ଗଲକୁ ୮୨ ରନ୍‌ର ମହତ୍ବପୂର୍ଣ୍ଣ ଅଗ୍ରଣୀ ମିଳିସାରିବା ପରେ ଦ୍ବିତୀୟ ପାଳିରେ ଧୀମା ଖେଳିବା ଆରମ୍ଭ କରିଥିଲା। କୌଶିକ ଘୋଷ ଓ ଅଭିମନ୍ୟୁ ଇଶ୍ବରନ୍‌ ପ୍ରଥମ ଵିକେଟ୍‌ରେ ୧୮୫ ବଲ୍‌ରୁ ୬୦ ରନ୍‌ ଯୋଡ଼ିଥିଲେ। ଅଭିମନ୍ୟୁଙ୍କୁ ୩୦ ରନ୍‌ରେ ଆଉଟ୍‌ କରି ଗୋବିନ୍ଦ ପୋଦ୍ଦାର ଏହି ଯୋଡ଼ି ଭାଙ୍ଗିଥିଲେ। ନିୟମିତ ବୋଲର ବିଫଳ ହେଉଥିବାରୁ ପାର୍ଟ ଟାଇମ ବୋଲର ଅନୁରାଗ ଷଡ଼ଙ୍ଗୀ ଓଡ଼ିଶାକୁ ଦ୍ବିତୀୟ ସଫଳତା ଦେଇଥିଲେ। କୌଶିକଙ୍କୁ ୪୧ ରନ୍‌ରେ ଅନୁରାଗ ବୋଲ୍ଡ କରିଥିଲେ। ଦିନର ଷ୍ଟମ୍ପ୍‌ସ ଅପସାରଣ ବେଳକୁ ଅଭିଷେକ ରମଣ ୪* ଓ ମନୋଜ ତିଵାରୀ ୩* ରନ୍‌ କରି ଅପରାଜିତ ଅଛନ୍ତି।

ସମ୍ବନ୍ଧିତ ଖବର