ପ୍ରିୟାଙ୍କୁ ଟପିଲେ ଆର୍‌ସିବି ପ୍ରଶଂସିକା

ସିଲି ପଏଣ୍ଟ୍‌

ବେଙ୍ଗାଲୁରୁ: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଜଣେ ମହିଳା ପ୍ରଶଂସିକାଙ୍କୁ ନେଇ ଏବେ ଚାରି ଆଡ଼େ ଚର୍ଚା। ଆରସିବିର ଏହି ସୁନ୍ଦରୀ ପ୍ରଶଂସିକା ଏବେ ଇଣ୍ଟରନେଟ୍ ସେନ୍‌ସେସନ୍ ପାଲଟି ଯାଇଛନ୍ତି। ଏପରିକି ନିଆରା ଆଖିଠାର ପାଇଁ ସମଗ୍ର ଭାରତ ବର୍ଷରେ ରାତାରାତି ଲୋକପ୍ରିୟ ହୋଇ ଯାଇଥିବା ଦକ୍ଷିଣ ଭାରତ ଅଭିନେତ୍ରୀ ପ୍ରିୟା ପ୍ରକାଶ ଭାରିୟରଙ୍କୁ ସେ ଟପି ଯାଇଛନ୍ତି। ଦିନକ ଭିତରେ ସେ ଷ୍ଟାର ପାଲଟି ଯାଇଛନ୍ତି। ଦୀପିକା ଘୋଷ୍ ନାମକ ଏହି ପ୍ରଶଂସିକା ଜଣକ ଆରସିବିର ଗତ ମ୍ୟାଚ୍‌ ଦେଖିବା ଲାଗି ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ଯାଇଥିଲେ। ସେଠାରେ ତାଙ୍କ ଉଗ୍ର ଉତ୍ସବ ପାଳନକୁ କ୍ୟାମେରା କଏଦ କରିଥିଲା। ବାରମ୍ବାର ତାଙ୍କ ଉପରେ କ୍ୟାମେରା ପଡ଼ୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହା ଭାଇରାଲ ହୋଇ ଯାଇଥିଲା। ସେବେଠାରୁ ତାଙ୍କ ଇନ୍‌ଷ୍ଟାଗ୍ରାମ ପୃଷ୍ଠାର ଅନୁଗାମୀଙ୍କ ସଂଖ୍ୟା ୨୪ ଘଣ୍ଟା ଭିତରେ ୨,୭୦,୦୦୦୦ ବଢ଼ିଛି। ସେ ମଧ୍ୟ ନିଜ ଆକାଉଣ୍ଟକୁ ଆରସିବି ଫ୍ୟାନ୍ ଗର୍ଲ ଭାବେ ନାମିତ କରିଛନ୍ତି।

ସମ୍ବନ୍ଧିତ ଖବର