ୟୁଏଇକୁ ୯ ବ୍ୟାଟ୍‌ ନେଇ ଯାଇଛନ୍ତି ରୋହିତ

ଆବୁଧାବି: ମୁମ୍ବାଇ ଇଣ୍ଡିଆନ୍‌ସ ଅଧିନାୟକ ରୋହିତ ଶର୍ମା ଜଣେ ବିଗ୍‌ ହିଟର୍‌ ଭାବେ ପରିଚିତ। ଚଳିତ ବର୍ଷ (ଆଇପିଏଲ୍‌) ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଖେଳିବାକୁ ୟୁଏଇ ଯାଇଥିବା ରୋହିତ ସାଙ୍ଗରେ ମୋଟ ୯ ବ୍ୟାଟ୍‌ ନେଇଛନ୍ତି। ସେ ଖେଳୁଥିବା ଫର୍ମାଟ୍‌ ଉପରେ ବ୍ୟାଟ୍‌ର ଦୀର୍ଘାୟୁ ନିର୍ଭର କରେ। ମୋର ବ୍ୟାଟ୍‌ ସାଧାରଣତଃ ଦୀର୍ଘ ସମୟ ଭଲ ରହିଥାଏ। ବ୍ୟାଟ୍‌ ୪/୫ ମାସ ଯାଇଥାଏ। ହେଲେ ସବୁକିଛି ଖେଳୁଥିବା ଫର୍ମାଟ୍‌ ଉପରେ ନିର୍ଭର କରେ। ଟ୍ବେଣ୍ଟି-୨୦ ହେଉ ବା ଆଇପିଏଲ୍‌ରେ ମୋ ବ୍ୟାଟ୍‌ ସାଧାରଣତଃ ଗୋଟିଏ କି ଦୁଇ ମାସ କାମ ଦିଏ। ବିଗ୍‌ ହିଟ୍‌ କରିବାକୁ ହେଲେ ବ୍ୟାଟ୍‌ର ଆୟୁ କମିଯାଇଥାଏ। ସେଥିପାଇଁ ଆଇପିଏଲ୍‌ ଭଳି ‌ଫଟାଫଟ୍‌ କ୍ରିକେଟ୍‌ରେ ତୁମକୁ ବଡ଼ ସର୍ଟ ଖେଳିବାକୁ ପଡ଼ିଥାଏ। ଫଳରେ ବେଳେବେଳେ ବ୍ୟାଟ୍‌ ମଧ୍ୟ ଭାଙ୍ଗି ଯାଇଥାଏ। ପୁଣି ସାଂପ୍ରତିକ କରୋନା ମହାମାରି ସମୟରେ ଠିକ୍‌ ସମୟରେ କୋରିୟର ସେବା ପାଇବା ମଧ୍ୟ ଅସମ୍ଭବ। ସେହି ଦୃଷ୍ଟିରୁ ଚଳିତ ଆଇପିଏଲ୍‌ ପାଇଁ ସାଥୀରେ ୯ ବ୍ୟାଟ୍‌ ଆଣି ୟୁଏଇ ଆସିଛି ବୋଲି ମୁମ୍ବାଇ ଇଣ୍ଡିଆନ୍‌ସ ଟ୍ବିଟର ହ୍ୟାଣ୍ଡ୍‌ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ରୋହିତ।

ସମ୍ବନ୍ଧିତ ଖବର