ତେନ୍ଦୁଲକର-ଗାଙ୍ଗୁଲିଙ୍କ କ୍ଲବ୍‌ରେ ରୋହିତ-ଶିଖର

ଦିନିକିଆ ଆନ୍ତର୍ଜାତିକରେ ୫୦୦୦ ରନ୍‌ ଭାଗୀଦାରି

ପୁଣେ : ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା ଓ ଶିଖର ଧାୱନ୍‌ ରବିବାର ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ପ୍ରଥମ ୱିକେଟ୍‌ରେ ଉଭୟେ ୧୦୩ ରନ୍ ଯୋଡ଼ିଥିଲେ। ଏଥି ସହିତ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‌ରେ ୫୦୦୦ ରନ୍‌ ଭାଗୀଦାରି କରିବାରେ ଦ୍ବିତୀୟ ଭାରତୀୟ ଯୋଡ଼ି ହୋଇଛନ୍ତି। ପ୍ରଥମ ଭାରତୀୟ ଯୋଡ଼ି ଭାବେ ଏଭଳି କୀର୍ତ୍ତିମାନ ପୂର୍ବତନ ବ୍ୟାଟ୍‌ସମ୍ୟାନ୍‌ ସଚିନ୍ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କ ନାମରେ ରହିଥିଲା। ମୋଟ ଉପରେ ୭ ଯୋଡ଼ି ୫୦୦୦ ରନ୍‌ ଭାଗୀଦାରି ସଫଳତା ହାସଲ କରିଥିଲା ବେଳେ ସେମାନଙ୍କ ମଧ୍ୟରୁ ତେନ୍ଦୁଲକର-ଗାଙ୍ଗୁଲି ମୋଟ ୮୨୨୭ ରନ୍‌ ସହ ତାଲିକାର ଶୀର୍ଷରେ ରହିଛନ୍ତି। ଏମାନଙ୍କ ପଛକୁ ଶ୍ରୀଲଙ୍କାର ମାହେଲା ଜୟବର୍ଧନେ-କୁମାର ସାଙ୍ଗାକାରା (୫୯୯୨) ଏବଂ ତିଳକରତ୍ନେ ଦିଲ୍‌ସାନ-ସାଙ୍ଗାକାରା (୫୪୭୫) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟରେ ଅଛନ୍ତି।

ସମ୍ବନ୍ଧିତ ଖବର