ଫୁଟବଲ ଛାଡ଼ିବା ପୂର୍ବରୁ ୭ଟି ସନ୍ତାନର ପିତା ହେବାକୁ ଚାହାଁନ୍ତି ରୋନାଲ୍‌ଡୋ

ନୂଆଦିଲ୍ଲୀ: ପର୍ତ୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍‌ଡୋ ଫୁଟବଲ ଦୁନିଆକୁ ବିଦାୟ କହିବା ପୂର୍ବରୁ ୭ଟି ସନ୍ତାନର ଜନକ ହେବାକୁ ଚାହାଁନ୍ତି। ରିୟଲ ମାଦ୍ରିଦର ୩୨ବର୍ଷିଅ ଖେଳାଳି ନିଜର ୧୫ ବର୍ଷର କ୍ୟାରିୟର ଭିତରେ ଏପର୍ଯ୍ୟନ୍ତ ୪ଟି ‘ବ୍ୟାଲଡ ଡି ଆର୍‌’ ହାସଲ କରିଥିବା ବେଳେ ବାକି ୩ଟିକୁ ଖୁବ ଶୀଘ୍ର ହାସଲ କରିବାକୁ ଆଶା ରଖିଛନ୍ତି।

ରୋନାଲ୍‌ଡୋ ନିକଟରେ ୪ର୍ଥ ସନ୍ତାନର ପିତା ହୋଇଛନ୍ତି। ଗୋଲ ଡଟ୍‌ କମ୍‌ ରିପୋର୍ଟ ଅନୁସାରେ ରୋନାଲ୍‌ଡୋ ୭ଟି ସନ୍ତାନର ପିତା ହେବାକୁ ଲକ୍ଷ୍ୟ ରଖିଛନ୍ତି।

ରୋନାଲ୍‌ଡୋ କହିଛନ୍ତି, ଏହାର ଅର୍ଥ ହେଲା ଯେ, ମୁଁ ଏତିକିରେ ସନ୍ତୁଷ୍ଟ ନୁହେଁ। ମୁଁ ଯେତେ ଦିନ ପର୍ଯ୍ୟନ୍ତ ଖେଳୁଛି, ବିଜୟୀ ହେଉଥିବି। ଆସନ୍ତା ବର୍ଷ ମୁଁ ଆହୁରି ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖିଛି। ବିଶ୍ୱ ପ୍ରସିଦ୍ଧ ଖେଳାଳି କହିଛନ୍ତି, ଚମ୍ପିଅନ୍ସ ଲିଗ୍‌ରେ ପ୍ୟାରିସ ସେଟ୍‌ରେ ଜର୍ମାନୀ ବିରୋଧରେ ହେବକୁ ଥିବା ମ୍ୟାଚକୁ ନେଇ ମୁଁ ଆଦୌ ଚିନ୍ତିତ ନୁହେଁ। ଲିଗ ତାଲିକାରେ ଶ୍ରେଷ୍ଠ ପ୍ରଦର୍ଶନ ଆମର ଲକ୍ଷ୍ୟ ବୋଲି ରୋନାଲ୍‌ଡୋ କହିଛନ୍ତି।

ସମ୍ବନ୍ଧିତ ଖବର