କୃନାଲଙ୍କ ବିବାହ ଉତ୍ସବରେ ସଚିନ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଅଲ୍‌ରାଉଣ୍ଡର ତଥା ଭାରତୀୟ ଦଳର ଯୁବ ତାରକା ହାର୍ଦିକଙ୍କ ବଡ଼ ଭାଇ କୃନାଲ ପାଣ୍ଡ୍ୟା ବୁଧବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କ ପିଲାବେଳର ସାଥୀ ପଙ୍ଖୁରୀ ଶର୍ମାଙ୍କୁ ବୁଧବାର ବିବାହ କରିଥିଲେ। କୃନାଲଙ୍କ ଏହି ବିବାହ ଭୋଜିରେ ଭାରତୀୟ କିମ୍ବଦନ୍ତୀ କ୍ରିକେଟର୍‌ ସଚିନ୍‌ ତେନ୍ଦୁଲକର ଯୋଗଦେଇଥିଲେ। ମଙ୍ଗଳବାର କୃନାଲଙ୍କ ମେହେନ୍ଦି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଦିନ ବିରାଟ କୋହଲିଙ୍କ ଦ୍ୱିତୀୟ ଭୋଜି ମୁମ୍ବାଇରେ ହୋଇଥିଲା। ଏଥିରେ କ୍ରୀଡ଼ା ଏବଂ ବଲିଉଡ୍‌ର ବଡ଼ବଡ଼ ହସ୍ତୀମାନେ ଯୋଗ ଦେଇଥିଲେ। ସେହିଭଳି ବୁଧବାର କୃନାଲ୍‌ଙ୍କ ବିବାହ ଉତ୍ସବରେ ସଚିନ୍‌ଙ୍କ ସହ ବଡ଼ବଡ଼ ହସ୍ତୀମାନେ ମଧ୍ୟ ଯୋଗ ଦେଇଥିଲେ। ସଚିନ୍‌ ତାଙ୍କ ପରିବାର ସହ ଯୋଗ ଦେଇଥିଲା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ମାଲିକ ମୁକେଶ ଆମ୍ବାନୀ ଏବଂ ବଲିଉଡ଼୍‍ ସୁପରଷ୍ଟାର୍‌ ଅମିତାଭ ବଚନ ପ୍ରମୁଖ ଏହି ଉତ୍ସବରେ ଯୋଗଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର