ସାଇ ପ୍ରଶିକ୍ଷଣ ପାଠ୍ୟକ୍ରମ: ଏଥର କିଟ୍‌ରେ ୧୦ ଖେଳ

ଭୁବନେଶ୍ବର: ବିଗତ କିଛି ବର୍ଷ ଭଳି ଏଥର ମଧ୍ୟ କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ୬ ସପ୍ତାହ ବିଶିଷ୍ଟ କ୍ରୀଡ଼ା ପ୍ରଶିକ୍ଷଣ ପାଠ୍ୟକ୍ରମ ପ୍ରମାଣପତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଅଧୀନ ପାତିଆଲାର ଏନଏସଆଇଏସ୍ ଏକାଡେମି ଶାଖା ପକ୍ଷରୁ ଏହା ଚଳିତ ବର୍ଷ ଡିସେମ୍ବର ୧୭ରୁ ୨୦୯ ଜାନୁଆରି ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଏବଂ ଶିଳ୍ପକ୍ଷେତ୍ରରେ ନିଯୁକ୍ତ ବ୍ୟକ୍ତିମାନେ ଏଭଳି କ୍ରୀଡ଼ା ପ୍ରଶିକ୍ଷଣ ପାଠ୍ୟକ୍ରମକୁ ଉପଯୋଗ କରିପାରିବେ। କିଟରେ ଏଥର ମୋଟ ୧୦ ଖେଳ-ତୀରନ୍ଦାଜୀ, ଆଥଲେଟିକ୍ସ, ବ୍ୟାଡମିଣ୍ଟନ, ବାସ୍କେଟବଲ, କ୍ରିକେଟ, ଫୁଟବଲ୍, ହକି, ସନ୍ତରଣ, ଭଲିବଲ ଏବଂ ଯୋଗ ସାମିଲ ରହିଛି। ଆଗ୍ରହୀ ଖେଳାଳିମାନେ www.nsnis.org ରୁ ନିଜ ଆବେଦନ ପତ୍ର ଡାଉନଲୋଡ୍ କରିବା ସହିତ ଅନ୍ୟ ସୂଚନା ପାଇପାରିବେ।

ସମ୍ବନ୍ଧିତ ଖବର