ସିଲକଙ୍କ ପରଲୋକ

ଲଣ୍ଡନ୍‌: ଟେଷ୍ଟ୍ ଆଣ୍ଡ୍ କାଉଣ୍ଟି କ୍ରିକେଟ୍‌ କ୍ଲବ୍‌ (ଟସିସିବି)ର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଖେଳାଳି ଡେନିସ୍ ସିଲକଙ୍କର ଶୁକ୍ରବାର ୮୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ପଚାଶ ଦଶକରେ ଜଣେ ପ୍ରଭାବୀ ବ୍ୟାଟସମ୍ୟାନ୍ ଥିବା ସିଲ୍‌କ ୧୯୯୪ରୁ ୧୯୯୬ ପର୍ଯ୍ୟନ୍ତ ଟିସିସିବିର ଅଧ୍ୟକ୍ଷ ଥିଲେ। ୧୯୫୨ରେ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟ ଏବଂ ୧୯୫୬-୧୯୬୦ ସମରସେଟ୍ ପାଇଁ ମୋଟ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିଲେ। ମୋଟ ୮୩ ମ୍ୟାଚ୍‌ ମଧରୁ ସେ ଅବଶ୍ୟ ମାତ୍ର ୩୩ଟି କାଉଣ୍ଟି ଦଳ ପାଇଁ ଖେଳିଥିଲେ। ଏମସିସି ପାଇଁ ଦୁଇ ଥର ଅଧିନାୟକ ହେବା ସହିତ ୧୯୯୨ ଏବଂ ୧୯୯୪ରେ ମଧ୍ୟଏହାର ସଭାପତି ପଦ ତୁଲାଇଥିଲେ।

ସମ୍ବନ୍ଧିତ ଖବର