ଅନ୍ତର୍ଜାତୀୟ ଟେନିସରୁ ସାନିଆ ମିର୍ଜାଙ୍କ ଅବସର ଘୋଷଣା

ହାଇଦ୍ରାବାଦ : ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଅନ୍ତର୍ଜାତୀୟ ଟେନିସରୁ ଅବସର ଘୋଷଣା କରିଛନ୍ତି । ଚଳିତ ଅନ୍ତର୍ଜାତୀୟ ସିଜିନ ତାଙ୍କର ଶେଷ ସିଜିନ ହେବ ବୋଲି ସେ କହିଛନ୍ତି । ଶରୀର ଆଉ

ଅଷ୍ଟ୍ରେଲିଆ ଓପନ ମହିଳା ଡବଲ୍ସର ପ୍ରଥମ ରାଉଣ୍ଡରୁ ସେ ବାଦ ପଡ଼ିବା ପରେ  ଏହି ଘୋଷଣା କରିଛନ୍ତି । ସାନିଆ ଓ ଉଜବେକିସ୍ତାନର ନାଦିଆ କିଚେନକଙ୍କ ଯୋଡ଼ି ତମାରା ଜିନ୍ଦାନସେକ ଓ କାଜା ଜୁଭାନଙ୍କ ଯୋଡ଼ିଠାରୁ ୪-୬, ୬-୭ରେ ହାରିଯାଇଥିଲା ।

ସେ କହିଛନ୍ତି ଯେ ତାଙ୍କ ଶରୀର ଧୀରେ ଧୀରେ କ୍ଲାନ୍ତ ହେବାରେ ଲାଗିଛି । ତାଙ୍କ ଆଣ୍ଠୁ ଯନ୍ତ୍ରଣା ବଢିଚାଲିଛି, କିନ୍ତୁ ତାହାର ଉପଶମ ପାଇଁ ସମୟ ଲାଗୁଛି । ପୁଣି ୩ ବର୍ଷର ଶିଶୁପୁତ୍ରକୁ ଧରି ବାରମ୍ବାର ବିଭିନ୍ନ ଯାତ୍ରା କରିବା ଦ୍ବାରା ତାହାର ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହେଉଛି । ପୂର୍ବ ପରି ଶରୀରରେ ଆଉ ସେପରି ଶକ୍ତି ନାହିଁ । ଆଉ ଖେଳିବାକୁ ସେ ଉପଭୋଗ କରୁନାହାନ୍ତି, ଏଣୁ ଅବସର ନେବାର ସମୟ ଆସିଯାଇଛି ବୋଲି ସେ କହିଛନ୍ତି । ତେବେ ଗତ ବର୍ଷ ଶେଷ ବେଳକୁ ସେ ଅବସର ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି ।

୩୫ ବର୍ଷୀୟ ସାନିଆ ଏବେ ବିଶ୍ବର ୬୮ ନମ୍ବର ମାନ୍ୟତା ପ୍ରାପ୍ତ ଟେନିସ ଖେଳାଳୀ । ନିଜ କ୍ୟାରିୟରରେ ସେ ୨୭ତମ ବିଶ୍ବ ମାନ୍ୟତାରେ ମଧ୍ୟ ପହଞ୍ଚିପାରିଥିଲେ ।  ସେହିପରି ଡବଲ୍ସରେ ସେ ବିଶ୍ବର ନଂ୧ ମାନ୍ୟତା ମଧ୍ୟ ପାଇପାରିଥିଲେ ।

ସମ୍ବନ୍ଧିତ ଖବର