ସିଙ୍ଗାପୁରକୁ ହରାଇ ପାରିବୁ ବୋଲି ଜାଣିଥିଲୁ: ସାଥିଆନ୍‌

କଟକ: ସ୍କଟ୍‌ଲାଣ୍ତକୁ ସହଜରେ ହରାଇଥିଲା ବେଳେ ସିଙ୍ଗାପୁରକୁ କଷ୍ଟସାଧ୍ୟ ଦଳ ଭାବେ ପରିଗଣିତ କରାଯାଉଥିଲା। କିନ୍ତୁ ପୂର୍ବର ସିଙ୍ଗାପୁର ଭଳି ଏହି ଦଳରେ ସେମିତି କିଛି ନଥିଲା ବୋଲି ମ୍ୟାଚ ଜିତିବା ପରେ କହିଛନ୍ତ ଭାରତୀୟ ଖେଳାଳି ଜି ସାଥିଆନ୍‌। ଏକାଧିକ ବରିଷ୍ଠ ଖେଳାଳି ଆସିନଥିବାରୁ ଏକ ଯୁବ ଦଳକୁ ଏଠାକୁ ପଠାଯାଇଛି। ତେଣୁ ଆମେ ଜିତିବୁ ବୋଲି ଆଗରୁ ଜାଣିଥିଲୁ। ତଥାପି ମ୍ୟାଚକୁ ହାଲ୍‌କା ଭାବେ ନେଇନଥିଲୁ। ଗୁରୁବାର ଶ୍ରେଷ୍ଠ ଦଳମାନଙ୍କ ସହିତ ଖେଳିବାକୁ ମିଳିବ। ସମସ୍ତ ତିନି ମ୍ୟାଚ ଜିତି ଶୀର୍ଷରେ ରହିବାକୁ ଚେଷ୍ଟା କରିବୁ ବୋଲି ସାଥିଆନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର