ଦ୍ବିତୀୟ ସୁପରଓଭର ସପକ୍ଷରେ ସଚିନ

ବିଶ୍ବକପ୍ ଫାଇନାଲରେ ବିଜେତା ବଛିବା ଲାଗି ବାଉଣ୍ଡରି କାଉଣ୍ଟକୁ ହିସାବ ନେବା ନେଇ ସୃଷ୍ଟି ହୋଇଥିବା ବିବାଦରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଙ୍ଗଳବାର ନିଜ ମତ ରଖିଛନ୍ତି। ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟର ଟାଇ ବ୍ରେକର ପାଇଁ ଆଉ ଏକ ସୁପରଓଭରର ଉପଯୋଗ କରାଯିବା ଉଚିତ ଥିଲା ବୋଲି ସେ କହିଛନ୍ତି। ସଚିନ ପ୍ରକାଶ କରିଛନ୍ତି ଯେ ମୁଁ ଭାବୁଛି ବିଜେତା ବାଛିବା ଲାଗି ବାଉଣ୍ଡରି କାଉଣ୍ଟ ପରିବର୍ତେ ଆଉ ଏକ ସୁପରଓଭର କରିଥିଲେ ଭଲ ହୋଇ ଥାଆନ୍ତା। କେବଳ ବିଶ୍ବକପ୍ ଫାଇନାଲ୍ ନୁହେଁ, ପ୍ରତ୍ୟେକ ମ୍ୟାଚ୍ ଗୁରୁତ୍ବପୂର୍ଣ୍ଣ। ଫୁଟବଲରେ ଯେମିତି ଦଳଗୁଡ଼ିକ ଅତିରିକ୍ତ ସମୟକୁ ଗଲେ, ଅନ୍ୟ କିଛି ଫରକ ପକାଇ ନଥାଏ। କ୍ରିକେଟ୍‌ରେ ମଧ୍ୟ ସେମିତି ହେବା ଦରକାର। ସଚିନ ମଧ୍ୟ ଭାରତୀୟ ଅଧିନାୟକ ବିରାଟ କୋହଲି ଦେଇଥିବା ପରାମର୍ଶ ସହ ଏକମତ ହୋଇଛନ୍ତି। ଆଇପିଏଲ୍ ଭଳି ବିଶ୍ବକପ୍‌ରେ ପ୍ଲେ ଅଫ୍ ବ୍ୟବସ୍ଥା କରିବାକୁ କୋହଲି କହିଥିଲା ବେଳେ ଏହାକୁ ବିଚାର କରାଯାଇପାରେ। ଶ୍ରେଷ୍ଠ ଦୁଇ ଦଳ ପାଇଁ ଏଭଳି ବ୍ୟବସ୍ଥା ରହିବା କଥା ବୋଲି ସଚିନ କହିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ସେମିଫାଇନାଲ ପଶ୍ଚାତଧାବନରେ ଧୋନିଙ୍କୁ ୫, ପାଣ୍ଡ୍ୟାଙ୍କ ୬ ଏବଂ କାର୍ତିକଙ୍କୁ ସେ ୭ ନମ୍ବରରେ ଖେଳିବାକୁ ପଠାଇ ଥାଆନ୍ତେ ବୋଲି ସଚିନ କହିଛନ୍ତି।

ସମ୍ବନ୍ଧିତ ଖବର