ଓଡ଼ିଶାର ଦ୍ୱିତୀୟ ବିଜୟ ଜାତୀୟ ମହିଳା ହକି

କଟକ: ରାଞ୍ଚିରେ ଚାଲିଥିବା ଜାତୀୟ ମହିଳା ହକି ପ୍ରତିଯୋଗିତାରେ ଓଡ଼ିଶା ଦ୍ୱିତୀୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ଭୋପାଳକୁ ୮-୧ ଗୋଲ୍‌ରେ ପରାସ୍ତ କରିଥିବା ଓଡ଼ିଶା ଶନିବାର ନିଜର ଦ୍ୱିତୀୟ ମ୍ୟାଚ୍‌ରେ ହିମାଚଳ ପ୍ରଦେଶକୁ ୩-୦ରେ ହରାଇଛି। ମ୍ୟାଚ୍‌ର ୧୮ ଓ ୩୩ ମିନିଟ୍‌ରେ ମାରିଆନା କୁଜୁର ଦୁଇଟି ଗୋଲ୍‌ ଦେଇ ଓଡ଼ିଶାକୁ ଆଗୁଆ ରଖିଥିଲା ବେଳେ ୪୪ ମିନିଟ୍‌ରେ ଦୀପ୍ତି ଲାକ୍ରା ଗୋଟିଏ ଗୋଲ୍‌ ଦେଇ ବ୍ୟବଧାନ ବଢାଇଥିଲେ। ଶେଷ ପର୍ଯ୍ୟନ୍ତ ଆଉ କୌଣସି ଗୋଲ ନହେବାରୁ ଓଡ଼ିଶା ସହଜରେ ମ୍ୟାଚ ଜିତିଯାଇଥିଲା। ରବିବାର ଓଡ଼ିଶା ତା’ର ତୃତୀୟ ମ୍ୟାଚ୍‌ରେ ହରିୟାଣାକୁ ଭେଟିବ।

ସମ୍ବନ୍ଧିତ ଖବର