ପନ୍ତଙ୍କୁ ସେହବାଗଙ୍କ ‌ଚେତାବନୀ: ‘ଏମିତି ଖେଳିଲେ ଜିତି ପାରିବନି’

ନୂଆଦିଲ୍ଲୀ: ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍ସ ବିପକ୍ଷ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତ ତୁଳନାତ୍ମକ ଭାବେ ମନ୍ଥର ପାଳି ଖେଳି ୩୬ ବଲ୍‌ରୁ କେବଳ ୩୯ ରନ୍ କରିଥିଲେ। ତାଙ୍କର ଏହି ପାଳି ପୂର୍ବତନ ଭାରତୀୟ ବିସ୍ଫୋରକ ବ୍ୟାଟର୍‌ ବୀରେନ୍ଦ୍ର ସେହବାଗଙ୍କୁ ପ୍ରଭାବିତ କରିପାରିନଥିଲା। ଏକଥା ସେହବାଗ ଟ୍ବିଟ୍ କରି କହିଛନ୍ତି। ତାହା ସହ ନିଜ ସ୍ବାଭାବିକ ଖେଳ ଖେଳିବାକୁ ପନ୍ତଙ୍କୁ ପରାମର୍ଶ ଦେବା ସହ ଏମିତି ଖେଳିଲେ ସେ (ପନ୍ତ) ଦଳକୁ ଜିତାଇ ପାରିବେନାହିଁ ବୋଲି ଚେତାଇ ଦେଇଛନ୍ତି। ‘‘ଋଷଭ ପନ୍ତ ତାଙ୍କ ବ୍ୟାଟିଂ ଆଭିମୁଖ୍ୟକୁ ନେଇ ଚିନ୍ତା କରିବା କଥା। ବିଜୟ, ପରାଜୟ ଆସେ ଓ ଯାଏ। ଲକ୍ଷ୍ନୌ ବିପକ୍ଷରେ ସେ ଯେତିକି ବଲ୍ ଖେଳିଲେ ସେତିକିରେ ଆଉ ୨୦ରୁ ୨୫ ରନ୍ କରି ପାରିଥା‌’ନ୍ତେ। ହେଲେ ଏହା ସେ କଲେନି। ଶେଷରେ ଦିଲ୍ଲୀ ପରାଜିତ ହେଲା’’ ବୋଲି ସେହବାଗ ନିଜ ଟ୍ବିଟ୍‌ରେ ଲେଖିଥିଲେ।

ସମ୍ବନ୍ଧିତ ଖବର