ବରିଷ୍ଠ ମହିଳା ଦିନିକିଆ ଟ୍ରଫି: ମୁମ୍ବାଇକୁ ୩ ୱିକେଟ୍‌ରେ ହରାଇଲା ଓଡ଼ିଶା

କଟକ: ମହାରାଷ୍ଟ୍ରରେ ଚାଲିଥିବା ବରିଷ୍ଠ ମହିଳା ଦିନିକିଆ ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ଚତୁର୍ଥ ବିଜୟ ହାସଲ କରିଛି। ମୁମ୍ବାଇରେ ଖେଳୁଥିବା ପ୍ରତିଯୋଗିତାର ଗୁରୁବାର ପଞ୍ଚମ ମୁକାବିଲାରେ ଓଡ଼ିଶା ୩ ଵିକେଟ୍‌ରେ ମୁମ୍ବାଇକୁ ହରାଇଦେଇଛି। ମୁମ୍ବାଇ ଟସ୍‌ ଜିତି ବ୍ୟାଟି˚ କରିଥିଲା। ପ୍ରାରମ୍ଭିକ ବ୍ୟାଟର୍‌ ଈଶା ଓଜାଙ୍କ ୪୧ ପରେ ନିମ୍ନକ୍ରମରେ ଏମ୍‌ ଦକ୍ଷିଣୀଙ୍କ ଅପରାଜିତ ୬୦ ରନ୍‌ ସହାୟତାରେ ମୁମ୍ବାଇ ନିର୍ଧାରିତ ଓଭରସୁଦ୍ଧା ସମସ୍ତ ଵିକେଟ୍‌ ବନିମୟରେ ୧୮୪ ରନ୍‌ କରିଥିଲା। ଓଡ଼ିଶା ପକ୍ଷରୁ ଇନ୍ଦ୍ରାଣୀ ଛତ୍ରିଆ ୪, ରୋସ୍‌ନାରା ପରବିନ୍‌ ୨, ମଧୁସ୍ମିତା ବେହେରା, ସୁଶ୍ରୀ ଦିବ୍ୟଦର୍ଶିନୀ, ପ୍ରିୟଙ୍କା ପ୍ରିୟଦର୍ଶିନୀ ପ୍ରତ୍ୟେକ ୧ ଵିକେଟ୍‌ ଲେଖାଏ ନେଇଥିଲେ। ଜବାବରେ ଓଡ଼ିଶା ଧୀମା ଆରମ୍ଭ କରିଥିଲା। ଅଞ୍ଜଳି ସି˚ହ ୧୫, ସରିତା ମେହେର ୧୯, ମାଧୁରୀ ମେହେଟ୍ଟା ୨୨, ଅଧିନାୟିକା ମଧୁସ୍ମିତା ବେହେରା ୧୮, ସୁଶ୍ରୀ ଦିବ୍ୟଦର୍ଶିନୀ ୧୪, ସଙ୍ଗୀତା ଖଡ଼ିଆ ୧୨ ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ୧୩ ରନ୍‌ କରି ଆଉଟ୍‌ ହୋଇଥିଲେ। ମଧ୍ୟକ୍ରମରେ ପ୍ରଜ୍ଞାପାରମିତା ମହାନ୍ତିଙ୍କ ଅପରାଜିତ ୬୩ ରନ୍‌ ଯୋଗୁଁ ଓଡ଼ିଶା ୪୮.୪ ଓଭରରେ ୩ ଵିକେଟ୍‌ ହାତରେ ଥାଇ ବିଜୟ ହାସଲ କରିଥିଲା। ଏହି ବିଜୟରୁ ଓଡ଼ିଶା ମଧ୍ୟ ପୂରା ୪ ପଏଣ୍ଟ୍‌ କରାୟତ୍ତ କରିନେଇଛି। ଓଡ଼ିଶାର ପରବର୍ତ୍ତୀ ମ୍ୟାଚ୍‌ ମାର୍ଚ୍ଚ ୨ ତାରିଖରେ ପଞ୍ଜାବ ବିପକ୍ଷରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର