ପ୍ରଥମରୁ ସେରେନା-ସାରାପୋଭା ଭେଟ

ନ୍ୟୁୟର୍କ: ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଚଳିତ ବର୍ଷର ୟୁଏସ୍‌ ଓପନ୍‌ ଗ୍ରାଣ୍ଡ୍‌ ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା। ଦୁଇ ପୁରୁଣା ପ୍ରତିଦ୍ବନ୍ଦ୍ବୀ ଆମେରିକାର ସେରେନା ୱିଲିୟମ୍‌ସ ଏବଂ ରୁଷିଆର ମାରିଆ ସାରାପୋଭା ପ୍ରଥମ ଥର ପାଇଁ ଫ୍ଲସିଂ ମିଡୋଜ୍‌ରେ ମହିଳା ଏକକ ପ୍ରଥମ ରାଉଣ୍ଡ୍‌ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଫଳରେ ଜଣକର ହିଁ ଟ୍ରଫି ହାସଲ ସ୍ବପ୍ନ ଆରମ୍ଭରୁ ଶେଷ ହୋଇଯିବ। ୟୁଏସ୍‌ ଓପନ୍‌ ପ୍ରଥମ ରାଉଣ୍ଡ ମୁକାବିଲା ଦୁଇ ପ୍ରତିଦ୍ବନ୍ଦ୍ବୀଙ୍କ ଲମ୍ବା ଖେଳ ଜୀବନ ମଧ୍ୟରେ ୨୨ତମ ମ୍ୟାଚ୍‌ ହେବ। ପରସ୍ପର ମଧ୍ୟରେ ହୋଇସାରିଥିବା ମୁକାବିଲାରେ ସେରେନା ୧୯-୨ରେ ସାରାପୋଭାଙ୍କଠୁ ଢେର ଆଗରେ ରହିଛନ୍ତି। ସେ‌ରେନା ୬ ଥର ୟୁଏସ୍‌ ଓପନ୍‌ ଟ୍ରଫି କରାୟତ କରିସାରିଥିଲା ବେଳେ ସାରାପୋଭା (୨୦୦୬) ମାତ୍ର ଥରେ ଟ୍ରଫି ଜିତିଛନ୍ତି। ସାରାପୋଭା ୨୦୦୪ରେ ୨ ଥର ସେରେନାଙ୍କୁ ପରାସ୍ତ କରିଥିଲେ। ହେଲେ ସେବେଠାରୁ ଆଉ ସେରେନାଙ୍କ ଉପରେ ପ୍ରଭାବ ପକାଇ ପାରିନାହାନ୍ତି। ଏଥର ସେହି ସଫଳତାକୁ ହୋହରାଇ ସେରେନା ୟୁଏସ୍‌ ଓପନ୍‌ରେ ନିଜର ୨୪ତମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛନ୍ତି। ଆଗାମୀ ୟୁଏସ୍‌ ଓପନ୍‌ ଡ୍ର’ ଉଠାଣରେ ସେରେନାଙ୍କୁ ଅଷ୍ଟମ ମାନ୍ୟତା ମିଳିଥିଲା ବେଳେ ସାରାପୋଭା ଅଣମାନ୍ୟତା ରହିଛନ୍ତି। ଆଉ ଯଦି ସା‌ରାପୋଭାଙ୍କୁ ‌ସେରେନା ପ୍ରଥମ ରାଉଣ୍ଡ୍‌ରେ ପରାସ୍ତ କରିଦିଅନ୍ତି, ତାହାଲେ ସଂଯୋଗବଶତଃ ପୁଣି ଥରେ ତାଙ୍କୁ ଫାଇନାଲ୍‌ରେ ଏଥରର ଶୀର୍ଷ ମାନ୍ୟତା ନାଓମୀ ଓସାକାଙ୍କୁ ଭେଟିବାକୁ ପଡ଼ିପାରେ। ଗତବର୍ଷ ଫାଇନାଲ୍‌ରେ ଓସାକାଙ୍କ ନିକଟରୁ ସେରେନା ହାରି ଯାଇଥିଲେ।

ସମ୍ବନ୍ଧିତ ଖବର