ସେର୍ସା ‌କଲିକତା ଓ ଫୁଲବାଣୀ ଫୁଟ୍‌ବଲ୍ ଆସୋସିଏସନ୍‌ ବିଜୟୀ

ସର୍ବ ଭାରତୀୟ ନୀଳାଚଳ ଏକ୍ସପ୍ରେସ୍ ରେଳ ଫୁଟ୍‌ବଲ୍

ଜଟଣୀ: ସ୍ଥାନୀୟ ରେଲୱେ ଷ୍ଟାଡିୟମରେ ଆୟୋଜିତ ସପ୍ତମ ସର୍ବଭାରତୀୟ ନୀଳାଚଳ ଏକ୍ସପ୍ରେସ୍ ରେଳ ଦିବାରାତ୍ରୀ ଫୁଟ୍‌ବଲ୍ ପ୍ରତିଯୋଗିତାର ସୋମବାର ଦ୍ବିତୀୟ ଦିନରେ ସେର୍ସା କୋଲକାତା ଓ ଫୁଲବାଣୀ ଫୁଟବଲ ଆସୋସିଏସନ୍‌ ବିଜୟୀ ହୋଇଛନ୍ତି।
ଆଜି ଦୁଇଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ପ୍ରଥମ ମ୍ୟାଚ୍ କଲିକତାର ସେର୍ସା ଏବଂ କଟକ ସ୍ପୋର୍ଟସ ଅଥରିଟି ଇଣ୍ଡିଆ ମଧ୍ୟରେ ଖେଳା ଯାଇଥିଲା। ଉଭୟ ଦଳ ଚିତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ ବି କେହି କାହାକୁ ଗୋଲ୍ ଦେବାରେ ସକ୍ଷମ ହୋଇ ପାରିନଥିଲେ। ଶେଷରେ ଟାଇବ୍ରେକର୍ ପଦ୍ଧତିରେ ସେର୍ସା ଦଳ ୪-୨ଗୋଲ୍ ଦେଇ ବିଜୟୀ ହୋଇଥିଲା।
ସେହିପରି ଦ୍ବିତୀୟ ମ୍ୟାଚ୍ କଟକର ଫୁଟ୍‌ବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା ଏକାଡେମୀ ଓ ଫୁଲବାଣୀ ଫୁଟ୍‌ବଲ୍ ଆସୋସିଏସନ୍ ମଧ୍ୟରେ ଖେଳା ଯାଇଥିଲା। ଏଥିରେ ଫୁଲବାଣୀ ଦଳ କଟକ ଫୁଟବଲ୍ ଆସୋସିଏସନ୍‌କୁ ୪-୧ଗୋଲ୍ ରେ ପରାସ୍ତ କରିଛି । ସୋମବାର ମ୍ୟାଚ୍‌କୁ ସୁଶାନ୍ତ ଚନ୍ଦ୍ର ମହାନ୍ତି, ଏସ୍‌କେ ଦାସ, ସୁଶାନ୍ତ ମିଶ୍ର, ଜ୍ୟୋତିରଂଜନ ସ୍ବାଇଁ ଏବଂ ସୁବ୍ରତ ପୁରୋହିତ୍ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର