ଦ୍ରୁତ ବୋଲର ଶାହିନ ଅଫ୍ରିଦିଙ୍କୁ ବିବାହ କଲେ ଶାହିଦ ଅଫ୍ରିଦିଙ୍କ ଝିଅ

ଇସଲାମାବାଦ: ପାକିସ୍ତାନୀ ଦ୍ରୁତ ବୋଲର ଶାହିନ ଅଫ୍ରିଦିଙ୍କୁ ବିବାହ କଲେ ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଶାହିଦ ଅଫ୍ରିଦିଙ୍କ ଝିଅ ଅଂଶା। ବିବାହ ପରେ ବର୍ତ୍ତମାନ ଶାହିନ୍ ଏବଂ ତାଙ୍କ ବେଗମଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି। ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଅଫ୍ରିଦି ବିବାହର କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଶାହିନ ଓ ତାଙ୍କ ଝିଅ ନଜର ଆସିଛନ୍ତି। ଶାହିଦଙ୍କ ଏହି ପୋଷ୍ଟ ପରେ ଏବେ ତାଙ୍କ ପ୍ରଶଂସକ ଏହି ନୂଆ ଯୋଡିକୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଛନ୍ତି।

ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଅଫ୍ରିଦି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଝିଅ ଆପଣଙ୍କ ବଗିଚାର ସବୁଠାରୁ ସୁନ୍ଦର ଫୁଲ, କାରଣ ସେମାନେ ବହୁତ ଆଶୀର୍ବାଦ ପାଇ ଚମକନ୍ତି। ଗୋଟିଏ ଝିଅ ହେଉଛି ସିଏ, ଯାହା ସହିତ ତୁମେ ହସ, ସ୍ୱପ୍ନ ଦେଖ ଏବଂ ଯାହାକୁ ହୃଦୟରୁ ଭଲପାଅ। ଉଭୟଙ୍କୁ ଅଭିନନ୍ଦନ।

 

View this post on Instagram

 

A post shared by Shahid Afridi (@safridiofficial)

ଶାହିନ୍ ଅଫ୍ରିଦି ପାକିସ୍ତାନୀ ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦିଙ୍କ ଝିଅ ଅଂଶାଙ୍କୁ କରାଚିରେ ବିବାହ କରିଥିଲେ। ଏହି ବିବାହରେ ପାକିସ୍ତାନୀ ଦଳର ଖେଳାଳିମାନେ ମଧ୍ୟ ଯୋଗ ଦେଇଥିବା ଦେଖାଯାଇଥିଲା। ପାକିସ୍ତାନ ଅଧିନାୟକ ବାବର ଆଜାମ ମଧ୍ୟ ବିବାହରେ ଯୋଗ ଦେଇଥିବା ବେଳେ ତ‌ାଙ୍କର ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ଶାହିନଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଇ ଆଲିଙ୍ଗନ କରୁଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର