ଆଇପିଏଲ: ଧୋନି କାହିଁକ ପ୍ରସିଦ୍ଧ କ୍ରିକେଟର? ଜୁନିଅର ଓ୍ଵାଟସନ୍ କହିଲେ କାରଣ
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରଶଂସକ ତାଲିକାରେ ଆଉ ଜଣଙ୍କର ନାମ ଯୋଡ଼ି ହୋଇଯାଇଛି। ଏହି ନୂଆ ପ୍ରଶଂସକ ଜଣକ ହେଉଛନ୍ତି ବିଶ୍ୱ କ୍ରିକେଟରେ ଜଣେ ପ୍ରସିଦ୍ଧ ଖେଳାଳିଙ୍କର ପୁଅ। ଅଷ୍ଟ୍ରେଲିଆର ମହାନ ଅଲରାଉଣ୍ଡର ସେନ୍ ଓ୍ଵାଟସନ୍ଙ୍କ ପୁଅ ଓ୍ଵିଲିୟମ ଓ୍ଵାଟସନ୍ ଧୋନିଙ୍କ ପ୍ରଶଂସକ ତାଲିକାରେ ସାମିଲ ହୋଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦ୍ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ମ୍ୟାଚ ପରେ ଏହା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
Sr. Watson @ShaneRWatson33 and Jr. Watson relive daddy’s knock!
Little William reveals his high-five buddies among the @ChennaiIPL cubs, the team’s six-hitters and dad’s innings on Tuesday night. By @RajalArora. #CSKvSRH
Watch the full ? – https://t.co/aI0Dd290d3 pic.twitter.com/mxTJpKDdCs
— IndianPremierLeague (@IPL) April 24, 2019
ଚେନ୍ନାଇ ସୁପର କିଙ୍ଗସ୍ର ଓପନର ସେନ୍ ଓ୍ଵାଟସନ ଏହି ମ୍ୟାଚରେ ୯୬ ରନ କରିଥିଲେ। ମ୍ୟାଚ ଶେଷ ହେବା ପରେ ସେ ଜୁନିଅର ଓ୍ଵାଟସନ (ଓ୍ଵିଲିୟମ ଓ୍ଵାଟସନ)ଙ୍କ ସାକ୍ଷାତକାର ନେଇଥିଲେ। ପିତାଙ୍କ ବିସ୍ଫୋରକ ବ୍ୟାଟିଂରେ ଖୁସି ହୋଇ ଜୁନିଅର ଓ୍ଵାଟସନ ଦୃଢ଼ତାର ସହିତ ଉତ୍ତର ଦେଉଥିଲେ। ସେନ୍ ନିଜର ପୁଅକୁ ଏକ ପ୍ରଶ୍ନ କରିଥିଲେ, କିଏ ତାଙ୍କର ପ୍ରଶଂସନୀୟ କ୍ରିକେଟର? ଏହାର ଉତ୍ତରରେ ଜୁନିଅର ଓ୍ଵାଟସନ କହିଥିଲେ, ଆପଣ। ଏହା ବ୍ୟତୀତ ଚେନ୍ନାଇ ଟିମ୍ରେ ଆଉ କିଏ ଅଛନ୍ତି? କିଛି ନ ଭାବି ଜୁନିଅର ଓ୍ଵାଟସନ୍ ଧୋନିଙ୍କ ନାମ ନେଇଥିଲେ।