ସ୍ୱୟଂଶିବଙ୍କୁ ସ୍ୱର୍ଣ୍ଣ: ଇଣ୍ଡିଆନ ଇଣ୍ଟରନ୍ୟାସ୍‌ନାଲ ତାଏକୋଣ୍ଡୋ

ଧର୍ମଗଡ଼: ଦିଲ୍ଲୀରେ ଚାଲିଥିବା ଇଣ୍ଡିଆନ ଇଣ୍ଟରନ୍ୟାସ୍‌ନାଲ ତାଏକୋଣ୍ଡୋ ପ୍ରତିଯୋଗିତାରେ ଓଡ଼ିଶାର ସ୍ୱୟଂଶିବ ସାହୁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସାହୁପଡ଼ାର ସ୍ୱୟଂଶିବ ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ କ୍ୟାଡେଟ ବର୍ଗରେ ସ୍ୱର୍ଣ୍ଣ ହାତେଇଛନ୍ତି। ସ୍ୱୟଂଶିବ ଗୋଟିଏ ଇଭେଣ୍ଟ ପାଇଁ ଭାଗ ନେଇ ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ପାରିଛନ୍ତି। ପଦକ ହାସଲ ପରେ ସେ କୋରିଆ ଯିବା ପାଇଁ ମନୋନୀତ ହୋଇଛନ୍ତି। ସନ୍ଦୀପ ସାହୁ ଓ ସୁଜାତା ସାହୁଙ୍କ ଏକମାତ୍ର ପୁତ୍ର ସ୍ୱୟଂଶିବଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଉଛି।

ସମ୍ବନ୍ଧିତ ଖବର