ସିଲି ପଏଣ୍ଟ୍‌: ସୌଭାଗ୍ୟ ମାରାଥନର୍‌

ଭୁବନେଶ୍ୱର: ରବିବାର ଅନୁଷ୍ଠିତ ମୁମ୍ବାଇ ମାରାଥନ୍‌ରେ ଭାଗ ନେଇ ଓଡ଼ିଆ ପୁଅ ସୌଭାଗ୍ୟ ରଥ ରାଜ୍ୟ ଗଣମାଧ୍ୟମ ଦୁନିଆ ପାଇଁ ନୂଆ ଧାରା ଆରମ୍ଭ କରିଛନ୍ତି। ଅଲ ଇଣ୍ଡିଆ ରେଡିଓରେ ସଂମ୍ପ୍ରସାରଣ ଅଧୀକ୍ଷକ ଭାବେ କାର୍ଯ୍ୟରତ ୨୮ ବର୍ଷୀୟ ସୌଭାଗ୍ୟ ପ୍ରଥମ ଥର ପାଇଁ ଫୁଲ୍‌ ମାରାଥନ୍‌ରେ ଭାଗ ନେଇଥିଲେ। ୪୨ କିଲୋମିଟର୍‌ ବିଶିଷ୍ଟ ଏହି ମାରାଥନ୍‌କୁ ସାଢ଼େ ୬ ଘଣ୍ଟା ଭିତରେ ଶେଷ କରିବାରେ ସକ୍ଷମ ହୋଇ ଅଂଶଗ୍ରହଣ ପଦକ ମଧ୍ୟ ପାଇଛନ୍ତି। ପୂର୍ବରୁ ମୁଁ ଦୁଇ ଦୁଇଟି ହାଫ୍‌ ମାରାଥନ୍‌ରେ ଭାଗ ନେଇଥିଲି ଏବଂ ଟାଟା ଷ୍ଟିଲ୍‌ ଭୁବନେଶ୍ୱର ହାଫ୍‌ ମାରାଥନ୍‌ରେ ଅଂଶଗ୍ରହଣ କରିଥିଲି। କିନ୍ତୁ ମୁମ୍ବାଇ ମାରାଥନ୍‌ ମୋ ପାଇଁ ବଡ଼ ଆହ୍ଵାନ ଥିଲା ବୋଲି ସୌଭାଗ୍ୟ ସ୍ୱୀକାର କରିଛନ୍ତି। କ୍ରିକେଟ୍‌, ଭଲିବଲ୍‌, ସାଇକ୍ଲିଂ ସହିତ ଟ୍ରାଏଥଲନ୍‌ରେ ମଧ୍ୟ ସୌଭାଗ୍ୟଙ୍କ ସ୍ପର୍ଶ ରହିଛି। ନଭେମ୍ବର ମାସରେ ବିବାହ ବଂଧନରେ ଆବଦ୍ଧ ହୋଇଥିବା ସୌଭାଗ୍ୟ ନିଜକୁ ଜଣେ ଖେଳାଳିଭାବେ ଅଧିକ ଗର୍ବିତ ମନେ କରିଥାନ୍ତି।

ସମ୍ବନ୍ଧିତ ଖବର