ନିଖିଳ ଓଡ଼ିଶା ୬-ରେଡ୍‌ ସ୍ନକର ଆରମ୍ଭ: ତରୁଣଙ୍କ ଦମ୍‌ଦାର ପ୍ରତ୍ୟାବର୍ତନ

ଭୁବନେଶ୍ୱର: ଭୁବନେଶ୍ୱରର ୬ ପକେଟ୍‌ସ କ୍ଲବ୍‌ ଆନୁକୂଲ୍ୟରେ ପ୍ରଥମ ଥର ଲାଗି ଆୟୋଜିତ ନିଖିଳ ଓଡ଼ିଶା ୬-ରେଡ୍‌ ସ୍ନକର ପ୍ରତିଯୋଗିତା ଶୁକ୍ରବାରଠୁ ଆରମ୍ଭ ହୋଇଛି। କିଟ୍‌ ରୋଡ୍‌ସ୍ଥିତ କ୍ଲବ୍‌ରେ ଆରମ୍ଭ ହୋଇଥିବା ପ୍ରତିଯୋଗିତାର ପ୍ରଥମ ଦିବସରେ ୦-୨ରେ ପଛୁଆ ଥାଇ ଦମ୍‌ଦାର ପ୍ରତ୍ୟାବର୍ତନ ସହ ତରୁଣ ପଟ୍ଟନାଏକ ମ୍ୟାଚ୍‌ ଜିତିବା ଉଲ୍ଲେଖନୀୟ ଥିଲା। ତରୁଣ ୦-୨ରେ ପଛଆ ରହିବା ସତ୍ତ୍ୱେ ଶେଷରେ ୪-୨ରେ ଗୋଡ୍‌ଓ୍ଵିନ୍‌ କୁଲୁଙ୍କୁ ପରାସ୍ତ କରିଥିଲେ। ସେହିପରି ଅନ୍ୟ ଏକ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ବିରାଜ ଦାଶ ୪-୩ରେ ଉଦ୍‌ଭାସ ମହାପାତ୍ରଙ୍କୁ ପରାସ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଗଦୀଶ ମହାନ୍ତି ୪-୦ରେ ଚନ୍ଦ୍ର ମହାନ୍ତିଙ୍କୁ, ସାରଦା ବେହେରା ୪-୦ରେ କରଣ ଆରୋରାଙ୍କୁ, ଶୁଭ୍ରଜିତ୍‌ ୪-୦ରେ ଜିତୁ ମହାପାତ୍ରଙ୍କୁ, ମାନସ ବେଉରା ୪-୧ରେ ରବି ରାଜ୍‌ଙ୍କୁ, ଜ୍ଞାନ ଦାସ ୪-୧ରେ ଚେତନ ଆନନ୍ଦଙ୍କୁ ଏବଂ ସୁମନ ପଟ୍ଟନାଏକ ୪-୦ରେ ଅନୁରାଗ ସାମନ୍ତଙ୍କୁ ପରାସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର