ସୋହିନୀଙ୍କୁ ତ୍ରିମୁକୁଟ

ଭୁବନେଶ୍ୱର : ଓଡ଼ିଆ ଝିଅ ସୋହିନୀ ଏସ୍‌ ମହାନ୍ତି ୧୨ ଓ ୧୪ ବର୍ଷରୁ କମ୍‌ ଚାମ୍ପିଅନ୍‌ସିପ୍‌ ସିରିଜ୍‌ ଟେନିସ୍‌ ପ୍ରତିଯୋଗିତାରେ ତ୍ରିମୁକୁଟ କରାୟତ କରିଛନ୍ତି। ଗୁରୁବାର ଫାଇନାଲ୍‌ରେ ସେ ଉଭୟ ୧୨ ଏବଂ ୧୪ ବର୍ଷରୁ କମ୍‌ ବାଳିକା ଏକକ‌େର ଦିଲ୍ଲୀର ଦିବ୍ୟା ଉନ୍‌ଗ୍ରିସ୍‌ଙ୍କୁ ଯଥାକ୍ରମେ ୬-୨, ୬-୩ ଏବଂ ୬-୦, ୬-୧‌ ସେଟ୍‌ରେ ହରାଇ ଦୁଇଟି ଟ୍ରଫି ଜିତିଥିଲେ। ‌େସହିପରି ୧୪ ବର୍ଷରୁ କମ୍‌ ବାଳିକା ଯୁଗଳରେ ଦିବ୍ୟାଙ୍କୁ ସାଥୀ କରି ଖେଳୁଥିବା ‌େସାହିନୀ ୬-୦, ୫-୭, ୧୦-୫ରେ ସାଇଜଇନୀ ଓ ମାର୍ଲିନ୍‌ ସ୍ବିଟିଙ୍କୁ ପରାସ୍ତ କରି ତୃତୀୟ ଟ୍ରଫି ନିଜ ନାମରେ କରିଥିଲେ।

ସମ୍ବନ୍ଧିତ ଖବର