ଧୋନିଙ୍କ ଭବିଷ୍ୟତ ନେଇ ୨୪ରେ ଚୟନକର୍ତାଙ୍କ ସହ ଆଲୋଚନା

କୋଲ୍‌କାତା : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତ ବିଷୟରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆସନ୍ତା ୨୪ ତାରିଖରେ ଜାତୀୟ ଚୟନ ସମିତି ସହ ଆଲୋଚନା କରିବେ। ତାଙ୍କ ଅବସର ନେଇ ଚର୍ଚ୍ଚା ଚ‌ାଲିଥିଲା ବେଳେ ୩୯ ବର୍ଷୀୟ ଧୋନି ବିଶ୍ବକପ୍‌ ପରଠୁ ବିରତି ନେଇ ଚାଲିଛନ୍ତି। ତେବେ‌ ବାଂଲାଦେଶ ବିପକ୍ଷ ‌ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଚଳିତ ମାସ ୨୪ ତାରିଖରେ ଦଳ ଘୋଷଣା ହେବାର ରହିଛି। ଏହା ପୂର୍ବରୁ ଚୟନକର୍ତାମାନେ ଧୋନିଙ୍କ ଭବିଷ୍ୟତ ନେଇ କ’ଣ ଚିନ୍ତା କରିଛନ୍ତି ସେହି ବିଷୟରେ ମୁଁ ସେମାନଙ୍କ ସହ ୨୪ ତାରିଖରେ ଆଲୋଚନା କରିବି। ଏପରିକି ଧୋନିଙ୍କ ସହ ମଧ୍ୟ କଥା ହେବେ ବୋଲି ୨୩ ତାରିଖରେ ବିସିସିଆଇ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଥିବା ଗାଙ୍ଗୁଲି ବୁଧବାର କୋଲ୍‌କାତାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସମ୍ବନ୍ଧିତ ଖବର