ଜର୍ମାନ୍‌ ଓପନ୍‌ରୁ ସିନ୍ଧୁ ଓ ସାଇନା ବିଦା: କ୍ବାର୍ଟରରେ ଶ୍ରୀକାନ୍ତ

ନୂଆଦିଲ୍ଲୀ: ଜର୍ମାନିର ମୁଲ୍‌ହେମ୍‌ ଆନ୍‌ ଡେର୍‌ ରୁର୍‌ଠା‌ରେ ଚାଲିଥିବା ଜର୍ମାନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭାରତକୁ ମିଶ୍ର ଫଳ ମିଳିଛି। ଦୁଇ ଥର ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସିଦ୍ଧୁ ଦ୍ବିତୀୟ ରାଉଣ୍ଡରେ ନିଜଠୁ ନିମ୍ନ ମାନ୍ୟତାପ୍ରାପ୍ତ ଚୀନ୍‌ ପ୍ରତିଦ୍ବନ୍ଦ୍ବୀ ଝାଙ୍ଗ୍‌ ୟି ମାନ୍‌ଙ୍କଠୁ ହାରିଯାଇଥିଲା ବେଳେ ଫିଟ୍‌ନେସ୍‌ ପ୍ରସଙ୍ଗ ସହ ସଂଘର୍ଷ କରୁଥିବା ସାଇନା ନେହ୍ବାଲ ମହିଳା ଏକକର ଏହି ରାଉଣ୍ଡ୍‌ରେ ଅଷ୍ଟମ ମାନ୍ୟତାପ୍ରାପ୍ତ ଥାଇଲାଣ୍ଡ୍‌ ପ୍ରତିଦ୍ବନ୍ଦ୍ବୀ ରାଚାନକ ଇଣ୍ଟାନନ୍‌ଙ୍କଠାରୁ ୧୦-୨୧ ଓ ୧୫-୨୧ ସିଧାସଳଖ ଗେମ୍‌ରେ ହାରି ଯାଇଥିଲେ। ତେବେ ବିଶ୍ବ ଚାମ୍ପିଅନ୍‌ସିପ୍‌ ରୌପ୍ୟ ବିଜେତା କିଦାମ୍ବି ଶ୍ରୀକାନ୍ତ କିନ୍ତୁ ଲଗାତାର ବିଜୟ ସହ କ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ଈଶାନ ଭଟ୍ଟନାଗର ଓ ସାଇ ପ୍ରତୀକ କେ ଦ୍ବିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଥିଲା ବେଳେ ଅନ୍ୟତମ ପୁରୁଷ ଯୋଡ଼ି ଏମ୍‌ଆର୍‌ ଅର୍ଜୁନ ଓ ଧ୍ରୁବ କପିଳା ପରାଜିତ ହୋଇଥିଲେ। ମହିଳା ଯୁଗଳରେ ଅଶ୍ବିନୀ ପୋନାପ୍ପା-ଏନ୍‌ ସିକ୍କି ରେଡୀ ବି ପରାସ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର