ପୁରୀ/ଭୁବନେଶ୍ୱର: ସ୍ଥାନୀୟ ଶ୍ରୀଗୁଣ୍ଡିଚା ଭକ୍ତ ନିବାସରେ ଚାଲିଥିବା ରାଜ୍ୟସ୍ତରୀୟ ବାଳିକା ଚେସ୍ ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଯାଇଛି। ବାଳିକା ବିଭାଗରେ ଖୋର୍ଧାର ଆରୁଷୀ ଶ୍ରୀଚନ୍ଦନ ୬.୫ ପଏଣ୍ଟ୍ ସହିତ ବିଜେତା ହୋଇଥିବା ବେଳେ ଅନିଷ୍କା ପାଣ୍ଡେ (୫.୫) ଉପବିଜେତା ହୋଇଥିଲେ। ପଲକ ମହାପାତ୍ର, ଅର୍ପିତା କୃଷ୍ଣା, ଡୋଲିସିୟସ୍ ଦାଶ, ଅମୃଶା ମହାନ୍ତି, ୟାଶିତା ରାଉତ, ଅଙ୍କିତା ସାହୁ, ପ୍ରକୃତି ରାଉତ, ସ୍ନେହାଯୁକ୍ତା ବେହେରା ଯଥାକ୍ରମେ ତୃତୀୟରୁ ଦଶମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ଈଶାନି ଦାସ, ସାନିଧ୍ୟ ସ୍ୱୟଂସିଦ୍ଧା ସ୍ୱାଇଁ, ସାଇ ସମ୍ପ୍ରଦା ମହାନ୍ତି, ଦୃଷ୍ଟି ପ୍ରଦାନ ବୟସ ବର୍ଗରେ ବିଜୟିନୀ ହୋଇଥିଲେ। ଓପନ୍ ବିଭାଗରେ କଟକର ଶ୍ରେୟଶ ଶୁଭମ ପଟ୍ଟନାୟକ (୬) ବିଜେତା ଏବଂ ଯାଜପୁରର ଶ୍ରୀୟାଂଶ ଦାସ (୫.୫) ଉପ ବିଜେତା ହୋଇଛନ୍ତି। ସ୍ୱୟମ୍ଶ୍ରୀ ମହାନ୍ତି, ଗୋପିନ୍ ମୁର୍ମୁ, ଆଦିତ୍ୟ ଅନୁରକ୍ତ ମହାନ୍ତି, ସୋୟମ୍ ଲକ୍ଷ୍ମୀଦତ୍ତ ଡି ସାବତ୍, ଅନୁବ୍ରତ ପ୍ରିୟଦର୍ଶନ ସାହୁ, ପ୍ରିୟାଂଶ ଦାସ, ଓମ୍ ଆଦିତ୍ୟ ଖାଡ଼ଙ୍ଗା, ଆଦିତ୍ୟ ରଂଜନ ଦାସ ତୃତୀୟରୁ ଦଶମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ସ୍ୱସ୍ତିିକ୍ ଶୁଭମ୍ ପଟ୍ଟନାୟକ, ଆୟୂଷ ମାନ ମହାନ୍ତି, ଶ୍ରୀୟାଂଶ ଦେ, ଆର୍ଯ୍ୟନ୍ ମହାପାତ୍ର ବିଭିନ୍ନ ବୟସ ବର୍ଗରେ ବିଜେତା ହୋଇଥିଲେ। ଉଦ୍ଯାପନୀ ଉତ୍ସବରେ ପୁରୀ ପୌରପାଳିକାର ଜୟନ୍ତ କୁମାର ଷଡ଼ଙ୍ଗୀ, ନିଖିଳ ଓଡ଼ିଶା ଚେସ୍ ସଂଘ ସଂପାଦକ କୃଷ୍ଣ କୁମାର ଶର୍ମା, ପୁରୀ ଜିଲ୍ଲା ଚେସ୍ ସଂଘ ଉପସଭାପତି ସୁରେଶ ଚନ୍ଦ୍ର ସାହୁ, ସଂପାଦକ ପ୍ରଦ୍ୟୁମ୍ନ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ।