ରାଜ୍ୟସ୍ତରୀୟ ସଞ୍ଜିତ୍‌ ସ୍ମାରକୀ କ୍ରିକେଟ୍‌: ଫାଇନାଲରେ ପୂର୍ବତଟ ରେଳବାଇ

ଚଣ୍ଡିଖୋଲ,: ପୂର୍ବତଟ ରେଳବାଇ (ଖୋର୍ଧା) ପ୍ରଥମ ଦଳ ଭାବେ ଦର୍ପଣ ଗୁଲଜାରନଗର ପାଟଣାଠାରେ ଚାଲିଥିବା ରାଜ୍ୟସ୍ତରୀୟ ସଂଜିତ୍‌ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ ପ୍ରବେଶ କରିଛି। ମଙ୍ଗଳବାର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ରେଳବାଇ ଦଳ ୫ ଓ୍ଵିକେଟ୍‌ରେ କଟକର ରାଇଜିଂ ଷ୍ଟୁଡେଣ୍ଟ୍‌କୁ ପରାସ୍ତ କରିଦେଇଛି। ରାଇଜିଂ ଷ୍ଟୁଡେଣ୍ଟ୍‌ ନିର୍ଧାରିତ ୩୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୫୦ ରନ୍‌ କରିଥିଲା। ଜବାବରେ ରେଳବାଇ ଦଳ ୨୮.୧ ଓଭରରେ ୫ ଓ୍ଵିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ବିଜୟୀ ଦଳର ସୁଜିତ ଲେଙ୍କା (୬୩ ରନ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ସମାଜସେବୀ ସନ୍ତୋଷ ବିଶ୍ୱାଳ ଓ ପି କୈଳାସ ରାଓଙ୍କଠୁ ପୁରସ୍କାର ଗ୍ରହଣ କରିଥିଲେ। ରଣଜି ଖେଳାଳୀ ମାନସ ବେଉରା ଓ ସୌମେନ୍ଦ୍ର ପାତ୍ର ଖେଳକୁ ପରିଚାଳନା କରିଥିଲେ। ଆସନ୍ତା ୨୪ ତାରିଖରେ ଦୁଇ ଭୁବନେଶ୍ୱର ଦଳ ପାରାମାଉଣ୍ଟ୍‌ ଓ ରାମେଶ୍ୱର ସ୍ପୋର୍ଟିଂ ମଧ୍ୟରେ ଦ୍ଵିତୀୟ ସେମିଫାଇନାଲ ଖେଳାଯିବ।

ସମ୍ବନ୍ଧିତ ଖବର