ରାଜ୍ୟ ବିଦ୍ୟାଳୟ ଚେସ୍ ପ୍ରତିଯୋଗିତା ୨୪ରୁ

କଟକ: କଟକ ଜିଲ୍ଲା ଚେସ୍ ସଂଘ ଓ ଓଡ଼ିଶା ଚେସ୍‌ ସଂଘ ମିଳିତ ଆନୁକୁଲ୍ୟରେ ଦ୍ବିତୀୟ ପ୍ୟାରୀମୋହନ ସାମନ୍ତରାୟ ରାଜ୍ୟସ୍ତରୀୟ ବିଦ୍ୟାଳୟ ଚେସ୍‌ ପ୍ରତିଯୋଗିତା ଆସନ୍ତା ୨୪ ତାରିଖରୁ ମଧୁପାଟଣାସ୍ଥିତ ପ୍ରମିଳା ମଣ୍ଡପରେ ଆୟୋଜିତ ହେବ। ଦୁଇ ଦିନ ଧରି ଆୟୋଜିତ ଏହି ପ୍ରତିଯୋଗିତା ୭ ରାଉଣ୍ଡ୍‌ ବିଶିଷ୍ଟ ଖେଳାଯିବ। ରାଜ୍ୟର ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀମାନେ ଏଥିରେ ଭାଗ ନେଇପାରିବେ। ୫ ହଜାର ଟଙ୍କାର ପୁରସ୍କାର ରାଶି ସହ ୭୫ଟି ଆକର୍ଷଣୀୟ ଟ୍ରଫି କୃତି ପ୍ରତିଯୋଗୀଙ୍କୁ ପ୍ରଦାନ କରାଯିବ। ଏଥିମଧ୍ୟରେ ୬ରୁ ୧୨ ବର୍ଷ ବୟସ ବର୍ଗର ଶ୍ରେଷ୍ଠ ଖେଳାଳିମାନଙ୍କୁ ୪୯ଟି ଟ୍ରଫି ଦିଆଯିବ। ସେହିପରି ନୂତନ ଭାବେ ଯୋଗଦାନ କରିଥିବା ୧୦୦ ଜଣ ପ୍ରତିଯୋଗୀଙ୍କୁ ପଦକ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି। ଆଗ୍ରହୀ ଖେଳାଳିମାନେ ୨୩ ତାରିଖ ସୁଦ୍ଧା ନାମ ପଞ୍ଜୀକରଣ କରିପାରିବେ। ଅଧିକ ବିବରଣୀ ପାଇଁ ୯୪୩୭୨ ୦୮୮୬୪ ନମ୍ବରରେ ଯୋଗାଯୋଗ କରିପାରିବାକୁ ଆଇଏସ୍‌ ଚେସ୍ କେନ୍ଦ୍ରର ନିର୍ଦେଶକ ମାନସ ପାଣି ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର