ରାଜ୍ୟ ସ୍ନୁକର ଫାଇନାଲ୍‌ରେ ସୁବ୍ରତ-ଆକାଶ

କଟକ: ସୁବ୍ରତ ଦାସ ଓ ଆକାଶ ମହାପାତ୍ରଙ୍କ ମଧ୍ୟରେ ରାଜ୍ୟ ସ୍ନୁକର ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚ ଖେଳାଯିବ। ଗୁରୁବାର ଖେଳାଯାଇଥିବା ସେମି ଫାଇନାଲ୍‌ରେ ସୁବ୍ରତ ୫-୧ (୫୯-୧୪, ୬୨-୨୧, ୫୮-୪୯, ୬୯-୫, ୩୯-୪୭, ୬୭-୩୭)ରେ ସିଦ୍ଧାର୍ଥ ସେନ୍‌ଙ୍କୁ ପରାସ୍ତ କରିଥିଲେ। ଅନ୍ୟ ଏକ ସେମି ଫାଇନାଲ୍‌ରେ ଆକାଶ ୫-୧ (୬୪-୨୯, ୪୫-୫୯, ୩୦-୨୯, ୯୪-୬, ୭୧-୫୩, ୫୯-୫୫) ରେ ଡାକ୍ତର ରାକେଶ ରୋଶନ ପ୍ରଧାନଙ୍କୁ ହରାଇଥିଲେ। ଉଭୟ ବିଜେତାଙ୍କ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ଶୁକ୍ରବାର ଖେଳାଯିବ। ଏହି ମ୍ୟାଚ୍‌ ବେଷ୍ଟ ଅଫ ୧୧ ଫ୍ରେମ୍‌ ବିଶିଷ୍ଟ ଖେଳାଯିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର