ରାଜ୍ୟ ସ୍ନକର:ସେମିରେ ଅନୁଜ-ରାଜା, ଆଶୁତୋଷ-ନିଶାନ୍ତ

କଟକ: କଟକ କ୍ଲବ୍‌ଠାରେ ଚାଲିଥିବା ରାଜ୍ୟ ସ୍ନକର ପ୍ରତିଯୋଗିତାର ସେମିଫାଇନାଲ୍‌ କ୍ରମ ଚୂଡ଼ାନ୍ତ ହୋଇଛି। ଶନିବାର ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ ଅନୁଜ ପଣ୍ଡା ଓ ମହମ୍ମଦ ରାଜା ମୁହାଁମୁହିଁ ହେବାକୁ ଯାଉଥିଲା ବେଳେ ଦ୍ୱିତୀୟ ସେମିଫାଇନାଲ୍‌ ଆଶୁତୋଷ ପାଢ଼ୀ ଓ ନିଶାନ୍ତ ବିଶ୍ୱାଳଙ୍କ ମଧ୍ୟରେ ହେବ। ଗୁରୁବାର କ୍ୱାର୍ଟର ଫାଇନାଲ୍‌ର ପ୍ରଥମ ମ୍ୟାଚ୍‌ରେ ଅନୁଜ ପଣ୍ଡା ପ୍ରତିଯୋଗିତାର ଦ୍ୱିତୀୟ ମାନ୍ୟତା ସୁବ୍ରତ ଦାସଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି।

୭ ସେଟ୍‌ ବିଶିଷ୍ଟ ମ୍ୟାଚ୍‌କୁ ଅନୁଜ ୪-୨ରେ ଆଗୁଆ ଜିତିଯାଇଥିଲେ। ପ୍ରଥମ ଦୁଇଟି ସେଟ୍‌କୁ ସୁବ୍ରତ (୯୫-୧୫, ୭୩-୧୨) ଜିତିଯାଇଥିଲା ବେଳେ ପରବର୍ତ୍ତୀ ସେଟ୍‌ଗୁଡ଼ିକୁ ଅନୁଜ କବ୍‌ଜା କରିନେଇଥିଲେ। ୬୫-୪୫, ୪୭-୩୦, ୫୬-୧୧ ଓ ୭୩-୩୪ରେ ଅନୁଜ ଶେଷ ୪ ସେଟ୍‌କୁ ଜିତିଥିଲେ। ଅନ୍ୟପକ୍ଷରେ ଶୁକ୍ରବାର ତୃତୀୟ କ୍ୱାର୍ଟର ଫାଇନାଲ୍‌ ମୁକାବିଲାରେ ଆଶୁତୋଷ ପାଢୀ ୪-୩ରେ ରୁମିତ୍‌ ଗୁପ୍ତାଙ୍କୁ, ନିଶାନ୍ତ ବିଶ୍ୱାଳ ୪-୧ରେ ସିଦ୍ଧାର୍ଥ ସେନ୍‌ଙ୍କୁ ଓ ମହମ୍ମଦ ରାଜା ୩-୨ରେ ଆକ୍ରମ ଖାନ୍‌ଙ୍କୁ ହରାଇଛନ୍ତି।

ସମ୍ବନ୍ଧିତ ଖବର