ବର୍ମିଂହାମ: ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କ ନାଇଟ୍ କ୍ଲବ୍ ଗଣ୍ଡଗୋଳ ଘଟଣାର ଶୁଣାଣି ବ୍ରିଷ୍ଟଲ କ୍ରାଉନ୍ କୋର୍ଟରେ ସୋମବାରଠୁ ଆରମ୍ଭ ହୋଇଛି। ପ୍ରଥମ ଟେଷ୍ଟ୍ ବିଜୟରେ ମୁଖ୍ୟ ଭୂମିକା ନେଇଥିବା ଷ୍ଟୋକ୍ସ ଏଥିପାଇଁ ୯ ତାରିଖରୁ ଲର୍ଡସରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ୍ରୁ ବାଦ୍ ପଡ଼ିଥିଲେ। ହେଲେ ଏହି ଶୁଣାଣି ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଚାଲିବାର ସମ୍ଭାବନା ଦେଖାଦେଇଛି। ମଙ୍ଗଳବାର ନ୍ୟାୟମୂର୍ତ୍ତି ପିଟର ବ୍ଲେୟାର ଆସନ୍ତା ସପ୍ତାହ ମଧ୍ୟଭାଗ ଶୁଣାଣି ବେଳେ ହାଜର ହେବାକୁ ପ୍ରସ୍ତୁତ ରହିବା ଲାଗି ଷ୍ଟୋକ୍ସଙ୍କୁ ନିର୍ଦେଶ ଦେଇଛନ୍ତି। ଫଳରେ ୧୮ ତାରିଖରୁ ହେବାକୁଥିବା ନଟିଂହାମ୍ ଟେଷ୍ଟ୍ରେ ସେ ଖେଳିବା ନେଇ ଆଶଙ୍କା ଦେଖାଦେଇଛି।