ଆଙ୍ଗୁଠି ଅସ୍ତ୍ରୋପଚାର ଯୋଗୁଁ ଖେଳିପାରିବେନି ‌ଷ୍ଟୋକ୍ସ

ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁଥିବା ଅଷ୍ଟ୍ରେଲିଆ ବିପକ୍ଷ ଆସେସ୍‌ ଟେଷ୍ଟ୍‌ ଶୃଙ୍ଖଳାରେ ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ଖେଳିପାରିବେନି। ଦ୍ବିତୀୟ ଥର ଲାଗି ଷ୍ଟୋକ୍ସଙ୍କ ଭଙ୍ଗା ବିଶି ଆଙ୍ଗୁଠିରେ ଅସ୍ତ୍ରୋପଚାର କରାଯାଇଛି। ଫଳରେ ଆସେସ୍‌ ‌ପୂର୍ବରୁ ସୁସ୍ଥ ହେବା ଆଶା କମ୍ ରହିଛି। ତେଣୁ ସେ ଏହି ଶୃଙ୍ଖଳା ଖେଳିପାରିବେନି ବୋଲି ଗୁରୁବାର ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ (ଇସିବି) କହିଛି। ୩୦ ବର୍ଷୀୟ ଷ୍ଟୋକ୍ସ ଏପ୍ରିଲ ମାସରେ ଆଇପିଏଲ୍‌ ଲିଗ୍‌ ବେଳେ ଆହତ ହୋଇଥିଲେ। ପ୍ରଥମ ଅସ୍ତ୍ରୋପଚାର ପରେ ସେ ଜୁଲାଇରେ ଦଳକୁ ଫେରିଥିଲେ। ତାଙ୍କ ପ୍ରତ୍ୟାବର୍ତ୍ତନ ପରେ ପାକିସ୍ତାନ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ଇଂଲଣ୍ଡ ୩-୦‌ରେ ଜିତିଥିଲା। ଏହାପରେ ଷ୍ଟୋକ୍ସ ମାନସିକ ଅବସାଦରୁ ମୁକ୍ତି ଲାଗି ଅଗଷ୍ଟରେ ଖେଳାଯାଇଥିବା ଭାରତ ବିପକ୍ଷ ଘରୋଇ ଟେଷ୍ଟ୍‌ ଶୃଙ୍ଖଳାରୁ ଓହରି ଯାଇଥିଲେ। ଚଳିତ ମାସରେ ହେବାକୁଥିବା ଟି-୨୦ ବିଶ୍ବକପ୍‌ରୁ ମଧ୍ୟ ‌ସେ ଓହରି ଯାଇଥିଲେ। ସୂଚନାଯୋଗ୍ୟ ଯେ ୫ ମ୍ୟାଚ୍‌ ବିଶିଷ୍ଟ ଆସେସ୍‌ ଶୃଙ୍ଖଳା ଡିସେମ୍ବର ୮ ତାରିଖରୁ ଆୟୋଜିତ ହେବ।

ସମ୍ବନ୍ଧିତ ଖବର