ଭାରତ ବିପକ୍ଷ ଲର୍ଡସ ଟେଷ୍ଟ୍‌ ଖେଳିବେନି ଷ୍ଟୋକ୍ସ

ବ୍ରିଷ୍ଟଲ୍‌: ଇଂଲଣ୍ଡ ଅଲ୍‌ରାଉଣ୍ଡର୍‌ ବେନ୍‌ ଷ୍ଟୋକ୍ସ ଆସନ୍ତା ଅଗଷ୍ଟରେ ଲଡ୍ସରେ ହେବାକୁଥିବା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‍ରେ ଖେଳିବେନି। ଗତ ସେପ୍ଟମ୍ବରରେ ବ୍ରିଷ୍ଟଲ ନାଇଟ୍‌ କ୍ଲବ୍‌ ଘଟିଥିବା ଏକ ଘଟଣାକୁ ନେଇ ଷ୍ଟୋକ୍ସ ବିରୋଧରେ ମାମଲା ହୋଇଥିଲା। ଯାହାର ବିଚାର ଏବେ ବ୍ରିଷ୍ଟଲ କ୍ରାଉନ୍‌ କୋର୍ଟରେ ଚାଲିଛି। ଏହାର ଶୁଣାଣି ସୋମବାରଠୁ ଆରମ୍ଭ ହୋଇଥିଲା ବେଳେ ଷ୍ଟୋକ୍ସ ନ୍ୟୁଜିଲାଣ୍ଡ ଗସ୍ତରେ ଥିବାରୁ ଅଦାଲତରେ ଉପସ୍ଥିତ ନଥିଲେ। ଫଳରେ ସେ ଭିଡିଓ ଜରିଆରେ ନିଜର ପକ୍ଷ ରଖିଥିଲେ। କିନ୍ତୁ ଅଦାଲତରେ ଉପସ୍ଥିତ ରହି ନିଜ ପକ୍ଷ ରଖିବାକୁ କ୍ରାଉନ୍‌ କୋର୍ଟ ଅଗଷ୍ଟ ୬ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। ଏହି ଶୁଣାଣି ପାଖାପାଖି ୭ ଦିନ ଲାଗିଯିବ। ଫଳରେ ଷ୍ଟୋକ୍ସ ଅଗଷ୍ଟ ୯ରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ୍‍ରେ ରହିପାରିବେନି। ସୂଚନାଯୋଗ୍ୟ ଯେ, ଏହି ମାମଲା ଷ୍ଟୋକ୍ସଙ୍କ ସମେତ ରିଆନ୍‌ ଅଲ୍ଲୀ ଏବଂ ରିଆନ୍‌ ହାଲେଙ୍କ ନାମରେ ମଧ୍ୟ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର