ସୁପର୍‌ କପ୍‌ ଦଳର ଆଗମନ ଆଜିଠାରୁ

ଭୁବନେଶ୍ୱର୍‌: କଳିଙ୍ଗ ଷ୍ଟାଡିୟମରେ ଚଳିତ ମାର୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଥିବା ସୁପରକପ୍‌ ଫୁଟବଲ୍‌ ପ୍ରତିଯୋଗିତାର ଲାଗି ବିଭିନ୍ନ ଦଳର ଆଗମନ ପର୍ବ ସୋମବାରଠାରୁ ଆରମ୍ଭ ହେବ। ସୋମବାର ଓ ମଙ୍ଗଳବାର ଜାମସେଦପୁର ଏଫ୍‌ସି ବିଭିନ୍ନ ଦଫାରେ ପହଞ୍ଚିବ। ଏହା ପରେ ମାର୍ଚ ୨୯ରେ ଚର୍ଚିଲ ବ୍ରଦର୍ସ, ମାର୍ଚ ୩୦ରେ ମୋହନ ବାଗାନ ଓ ବେଙ୍ଗାଲୁରୁ ଏଫ୍‌ସି, ଏପ୍ରିଲ୍‌ ୧ରେ ଗୋଆ ଏଫ୍‌ସି, ଏପ୍ରିଲ୍‌ ୨ରେ ପୁନେ ସିଟି ଏଫ୍‌ସି ଏବଂ ଏଟିକେ ଆସିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଚେନ୍ନାଇନ୍‌ ଦଳର ଅଧିନାୟକ ତଥା ମଧ୍ୟଭାଗ ଖେଳାଳି ହେନରିକ୍‌ ପ୍ରତିଯୋଗିତାରୁ ସେରେନୋ ଓହରି ଯାଇଛନ୍ତି। ପର୍ତୁଗାଲର ପୂର୍ବତନ ତାରକା ଖେଳାଳିଙ୍କର ଚେନ୍ନାଇନ୍‌ ସହ ମେ’ ପର୍ଯ୍ୟନ୍ତ ଚୁକ୍ତି ଥିଲେ ମଧ୍ୟ ସଂପ୍ରତି ସେ ଆଉ ଭାରତ ଫେରିବାକୁ ଇଚ୍ଛୁକ ନଥିବାରୁ ସୁପରକପ୍‌ରୁ ଓହରି ଯାଇଥିବା ଜଣା ପଡ଼ିଛି। ଚେନ୍ନାଇନ୍‌ ନକଆଉଟ୍‌ ଭିତ୍ତିରେ ଖେଳା ଯିବାକୁ ଥିବା ସୁପରକପ୍‌ରେ ଆଇଜଲ ଏଫସି ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧିତ ଖବର