ମୁମ୍ବାଇ ଇଂଡିଆନ୍ସ ପାଇଁ ଆସିଲା ଦୁଃଖ ଖବର, ଏବେ ଫେରିବେନି ସୂର୍ଯ୍ୟ କୁମାର

ମୁମ୍ବାଇ: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଉ ଏକ ଖରାପ ଖବର ଆସିଛି। ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍ ହୋଇନାହାନ୍ତି । ଏଭଳି ପରିସ୍ଥିତିରେ ସେ ଏବେ ମ୍ୟାଚ୍ ଖେଳି ପାରିବେ ନାହିଁ। ଏହି ଖବର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟେନସନକୁ ବଢ଼ାଇବାକୁ ଯାଉଛି, କାରଣ ଏପର୍ଯ୍ୟନ୍ତ ମୁମ୍ବାଇ ଏହି ସିଜନରେ ବିଜୟର ଖାତା ଖୋଲି ପାରିନାହିଁ। ଆଇପିଏଲ୍ ୨୦୨୪ର ଦୁଇଟି ମ୍ୟାଚ୍ ରେ ମୁମ୍ବାଇ ପରାଜୟର ସମ୍ମୁଖୀନ ହୋଇଛି |

ମିଷ୍ଟର ୩୬୦ ଡିଗ୍ରୀ ଭାବରେ ଜଣାଶୁଣା ସୂର୍ଯ୍ୟକୁମାର ଯାଦବ ହର୍ନିଆ ସର୍ଜରୀରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାଁନ୍ତି ଏବଂ ଆଇପିଏଲର ଆଉ କିଛି ମ୍ୟାଚ୍ ଖେଳି ପାରିବେ ନାହିଁ | ତେବେ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ତାଙ୍କ ରିକଭରୀ ଉପରେ ନଜର ରଖିଛି। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ସୂର୍ଯ୍ୟକୁମାର ଚଳିତ ସିଜନରେ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍ ଖେଳିପାରି ନାହାଁନ୍ତି ଏବଂ ତାଙ୍କ ଦଳ ଉଭୟ ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସୂତ୍ରରୁ ପ୍ରକାଶ ଯେ ସୂର୍ଯ୍ୟ (ସୂର୍ଯ୍ୟକୁମାର) ବହୁତ ଭଲ ଅଗ୍ରଗତି କରୁଛନ୍ତି ଏବଂ ଖୁବ୍ ଶୀଘ୍ର ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପ୍ରତ୍ୟାବର୍ତ୍ତନ କରିବେ। ତେବେ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଖେଳିବା ପରେ ତାଙ୍କୁ ଆଉ କିଛି ମ୍ୟାଚ୍‌ରୁ ଦୂରେଇ ରହିବାକୁ ପଡିପାରେ। ଯଦିଓ ମୁମ୍ବାଇ ଇଣ୍ଡିଆନ୍ସ ସୁର୍ଯ୍ୟକୁମାରଙ୍କୁ ମିସ କରୁଛି, କିନ୍ତୁ ବିସିସିଆଇ ଏହି ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନଙ୍କ ଫିଟନେସକୁ ନେଇ କୌଣସି ବିପଦ ନେବାକୁ ଚାହୁଁନାହିଁ, କାରଣ ଜୁନ୍ ମାସରେ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର