ଏପ୍ରିଲରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଓଡ଼ିଶାରେ କେତେଦିନ ଛୁଟି ଜାଣନ୍ତୁ

ନୂଆଦିଲ୍ଲୀ: ୨୦୨୪ ଏପ୍ରିଲ ପହିଲାରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏପ୍ରିଲ ମାସ ପାଇଁ ବ୍ୟାଙ୍କଗୁଡ଼ିକରେ ଛୁଟି ତାଲିକା ଜାରି କରିଛି। ପ୍ରତି ମାସ ଭଳି ଚଳିତ ମାସରେ ମଧ୍ୟ ବ୍ୟାଙ୍କଗୁଡ଼ିକରେ ଅନେକ ଦିନ ଛୁଟି ରହିବ। ଆରବିଆଇର ଅଫିସିଆଲ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏପ୍ରିଲରେ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ । ଏଥିରେ ବିଭିନ୍ନ ରାଜ୍ୟରେ ଅନେକ ପର୍ବ ଛୁଟି ସହିତ ଶନିବାର ଓ ରବିବାର ସାପ୍ତାହିକ ବ୍ୟାଙ୍କ ଛୁଟି ଅନ୍ତର୍ଭୁକ୍ତ ।

ଏପ୍ରିଲ ମାସରେ ରବିବାର ଓ ୨ୟ ଓ ୪ର୍ଥ ଶନିବାରକୁ ମିଶାଇ ମୋଟ ୬ଟି ଛୁଟି ରହିଛି । ସେହିପରି ଏପ୍ରିଲ ୧ରେ ବାର୍ଷିକ ବ୍ୟାଙ୍କ କ୍ଲୋଜିଙ୍ଗ୍ ପାଇଁ ବ୍ୟାଙ୍କ ବନ୍ଦ ରହିବ । ସେହିପରି ୫ ଏପ୍ରିଲ ହେଉଛି ବାବୁ ଜଗଜ୍ଜିବନ ରାମଙ୍କ ଜୟନ୍ତୀ ପାଇଁ କେତେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ ୯ ତାରିଖ ତେଲଗୁ ନୂତନ ବର୍ଷ ପାଇଁ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରେ ବ୍ୟାଙ୍କ ଛୁଟି ରହିବ । ସେହିପରି ଏପ୍ରିଲ ୧୦ କିମ୍ବା ୧୧ରେ ଇଦ୍ ପାଇଁ ବ୍ୟାଙ୍କ ଛୁଟି ରହିବ  । ତେବେ ଏପ୍ରିଲ ୧୩ ଓ ୧୪ ବୈଶଖି ଓ ଆମ୍ବେଦକର ଜୟନ୍ତୀ ପାଇଁ ଛୁଟି ଦିନ ହୋଇଥିଲେ ବି ତାହା ୨ୟ ଶନିବାର ଓ ରବିବାର ପଡ଼ୁଛି । ୧୭ ଏପ୍ରିଲ ରାମନବମୀ ପାଇଁ ବ୍ୟାଙ୍କ ଛୁଟି ରହିବ । ୨୦ ତାରିଖ ଗରିଆ ପୂଜା ପାଇଁ ମଣିପୁରରେ ବ୍ୟାଙ୍କ ଛୁଟି ରହିବ । ତେବେ ରାଜ୍ୟ ଅନୁସାରେ ବ୍ୟାଙ୍କ ଛୁଟି ସଂଖ୍ୟା ଭିନ୍ନ ଭିନ୍ନ ହୋଇପାରେ । ଓଡ଼ିଶାରେ ଏହି ଛୁଟି ସଂଖ୍ୟା ୯ ରହିଛି । ଓଡ଼ିଶାରେ ଏପ୍ରିଲ ମାସରେ ରବିବାର ଓ ୨ୟ ଓ ୪ର୍ଥ ଶନିବାର ଛୁଟିକୁ ଛାଡ଼ିଦେଲେ ଏପ୍ରିଲ୧, ୧୧ ଓ ୧୭ରେ ବ୍ୟାଙ୍କ ଛୁଟି ରହିବ ।

ସମ୍ବନ୍ଧିତ ଖବର