୨୫ରେ ଓଟିଏ ନିର୍ବାଚନ

ଭୁବନେଶ୍ବର: ଓଡ଼ିଶା ଟାଏକୋଣ୍ଡୋ ସଂଘ (ଓଟିଏ)ର ନିର୍ବାଚନ ଚଳିତ ମାସ ୨୫ ତାରିଖରେ କଟକରେ ଅନୁଷ୍ଠିତ ହେବ। କଟକଠାରେ ଗତ ୭ ତାରିଖରେ ଅନୁଷ୍ଠିତ ସଂଘର ଅତିରିକ୍ତ ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଓକିଲ ଅଶୋକ କୁମାର ମହାପାତ୍ର ରିଟର୍ନିଂ ଅଫିସର ନିଯୁକ୍ତ ହୋଇଛନ୍ତି। ଭାରତୀୟ ଟାଏକୋଣ୍ଡୋ ମହାସଂଘ ଦୀପକ ମଣ୍ଡରେକରଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ନିର୍ବାଚନରେ ୨୧ ଜିଲ୍ଲାର ୪୨ ସଦସ୍ର ଅଂଶଗ୍ରହଣ କରିବେ ବୋଲି ଓଟିଏ ସଂପାଦକ ସନ୍ତୋଷ କୁମାର ମହାନ୍ତି ଜଣାଇଛନ୍ତି।

ସମ୍ବନ୍ଧିତ ଖବର