ବିଶ୍ୱକପ୍‌-୨୦୧୯ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଭାରତୀୟ ଦଳର ‘ସୁପରଫ୍ୟାନ୍‌ ଦାଦି’ଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଭାରତୀୟ ଦଳର ‘ସୁପରଫ୍ୟାନ୍‌ ଦାଦି’ ଚାରୁଲତା ପଟେଲଙ୍କ ଗୁରୁବାର ଦେହାନ୍ତ ହୋଇଛି ବୋଲି ବିସିସିଆଇ ଟୁଇଟ କରି ସୂଚନା ଦେଇଛି।

ଇଂଲଣ୍ଡର ବର୍ମିଙ୍ଗ୍‌ହମ୍‌ର ଏଜବାଷ୍ଟନଠାରେ ହୋଇଥିବା ଆଇସିସି ବିଶ୍ୱକପ୍‌ -୨୦୧୯ରେ ଭାରତ-ବାଂଲାଦେଶ ମ୍ୟାଚରେ ଭାରତୀୟ ଦଳର ପ୍ରଦର୍ଶନ ଦେଖି ଦର୍ଶକ ପଡ଼ିଆରେ ଝୁମି ଉଠିଥିଲେ। ଏହି ଦର୍ଶକଙ୍କ ଭିତରୁ ଜଣେ ୮୭ବର୍ଷୀୟ କ୍ରିକେଟ ପ୍ରଶଂସକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲ, ଯାହାଙ୍କୁ ଭାରତୀୟ ଦଳର ‘ସୁପରଫ୍ୟାନ୍‌ ଦାଦି’ ବୋଲି ନାମ ଦିଆଯାଇଥିଲା। ପ୍ରକୃତରେ ଏହି ବୃଦ୍ଧା ପ୍ରଶଂସକଙ୍କ ନାମ ଚାରୁଲତା ପଟେଲ ।

Image result for charulata-patel-
Ommcom News

ବିସିସିଆଇ ନିଜର ଏକ ଟୁଇଟରେ କହିଛି, ‘ଭାରତୀୟ ଦଳର ସୁପରଫ୍ୟାନ୍‌ ଚାରୁଲତା ପଟେଲ ସର୍ବଦା ଆମ ହୃଦୟରେ ରହିବେ। ଖେଳ ପ୍ରତି ତାଙ୍କ ଭଲ ପାଇବା ଓ ଉତ୍ସାହ ଆମକୁ ପ୍ରେରଣା ଦେଇଥାଏ। ତାଙ୍କ ଆତ୍ମାକୁ ଶାନ୍ତି ମିିଳୁ।’

ଚାରୁଲତା ଇଂଲଣ୍ଡର ବର୍ମିଙ୍ଗ୍‌ହମ୍‌ର ଏଜବାଷ୍ଟନଠାରେ ଚାଲିଥିବା ଭାରତ-ବାଂଲାଦେଶ ମ୍ୟାଚ ଦେଖିବାକୁ ପଡ଼ିଆରେ ପହଞ୍ଚିଥିଲେ। ଖେଳାଳି ଯେତେବେଳେ ଚୌକା-ଛକା ମାରୁଥିଲେ ସେ ହୁଇସିଲ୍‌ ବଜାଇ ସେମାନଙ୍କୁ ଉତ୍ସାହିତ କରୁଥିଲେ। ଖେଳାଳିଙ୍କୁ ହୁଇସିଲ ମାରି ପେଁଙ୍କାଳି ବଜାଇ ଉତ୍ସାହିତ କରୁଥିବା ସମୟରେ ସେ କ୍ୟାମେରାରେ କୈଦ୍‌ ହୋଇ ଯାଇଥିଲେ। ଏହି ସମୟରେ ବୃଦ୍ଧା ପ୍ରଶଂସକ ଚାରୁଲତାଙ୍କ କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ବି ହୋଇଥିଲା।

Image result for charulata-patel-
India Today

କେବଳ ଏତିକି ନୁହେଁ, ଖେଳ ଶେଷ ହେବା ପରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମା ବି ଚାରୁଲତାଙ୍କୁ ଭେଟି ତାଙ୍କ ଠାରୁ ଆର୍ଶୀବାଦ ନେଇଥିଲେ। ଏଥିସହିତ ବିରାଟ କୋହଲି ତାଙ୍କୁ କିଛି ମ୍ୟାଚ ପାଇଁ ଟିକେଟ ଉପହାର ବି ଦେଇଥିଲେ।

ସମ୍ବନ୍ଧିତ ଖବର