ଆରମ୍ଭ ହେଲା ଲିଜେଣ୍ଡ୍‌ସ ଟେନିସ ଲିଗ୍‌

ନୂଆଦିଲ୍ଲୀ : ଲାଗି ଲିଜେଣ୍ଡ୍ସ ଟେନିସ ଲିଗ୍‌ (ଏଲ୍‌ଟିଏଲ୍‌) ନୂଆଦିଲ୍ଲୀସ୍ଥିତ ଆର୍‌କେ ଖାନ୍ନା ଟେନିସ ଷ୍ଟାଡିୟମଠାରେ ଶୁକ୍ରବାରଠୁ ଆରମ୍ଭ ହୋଇଛି। ଦିଲ୍ଲୀ ଲନ୍‌ ଟେନିସ ସଂଘ (ଡିଏଲ୍‌ଟିଏ)ର ସହଯୋଗରେ ଆଇଟିଏଫ୍‌ ମାଷ୍ଟର୍ସରେ ଖେଳିଥିବା ଭାରତର ବରିଷ୍ଠ ଟେନିସ ଖେଳାଳିମା‌ନଙ୍କ ଦ୍ବାରା ଆୟୋଜିତ ଏହି ପ୍ରତିଯୋଗିତାରେଗ ଭାରତ, ସିଙ୍ଗାପୁର ଓ ଆମେରିକାରର ୫୦ ବରିଷ୍ଠ ଖେଳାଳି ଭାଗନେଇଛନ୍ତି। ଏଥିରେ ୬ ଦଳ ଅକ୍ରୋସ ଏସ୍‌ୟର୍ସ, ଅଭିରାଜ ୱାରିୟର୍ସ, ବା‌ଙ୍ଗାଲୋର ଚ୍ୟାଲେଞ୍ଜର୍ସ, ପଞ୍ଜାବ ଏସ୍‌ଏସ୍‌, ରିବାଉଣ୍ଡ ଏସ୍‌ ଷ୍ଟାଗ୍‌ ବାବୋଳାଟ ଯୋଦ୍ଧା ଏବଂ ଟେନିସ ଟାଇଟାନ୍ସ ଭାଗନେଇଛନ୍ତି। ଏହି ଲିଗ୍‌ରେ ୩୦ରୁ ୭୦ ବର୍ଷ ବୟସର ୫୦ରୁ ଅଧିକ ଖେଳାଳି ଭାଗନେଇଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଅତିଥିଭାବେ ଡିଏଲ୍‌ଟିଏ ପ୍ରଶାସନିକ ଅଧିକାରୀ ରଣବୀର ଚୌହାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥି‌ଲେ। ଏହି ଉତ୍ସବରେ ଲିଗ୍‌ ଆୟୋଜକ ଓଡ଼ିଆ ପୁଅ ଦିଲୀପ ମହାନ୍ତିଙ୍କ ସହ ଆଦିତ୍ୟ ଖାନ୍ନା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର