ରଣଜୀ ଟ୍ରଫି, ଆଜିଠୁ ଓଡ଼ିଶା-ଝାଡ଼ଖଣ୍ତ ମୁକାବିଲା

କଟକ: ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଥିବା ରଣଜୀ ଟ୍ରଫିର ପଞ୍ଚମ ପର୍ଯ୍ୟାୟରେ ଓଡ଼ିଶା ଓ ଝାଡ଼ଖଣ୍ତ ମୁହାଁମୁହିଁ ହେବେ। ଓଡ଼ିଶା ଶେଷ ଦୁଇ ମ୍ୟାଚ୍‌ ଜିତିଥିଲେ ବି ଦଳର ପ୍ରାରମ୍ଭିକ ଯୋଡ଼ିକୁ ନେଇ ଏବେ ବି ଚିନ୍ତା ରହିଛି। ଅନୁରାଗ ଷଡ଼ଙ୍ଗୀ ସବୁ ମ୍ୟାଚ୍‌ରେ ପାଳି ଆରମ୍ଭ କରିବାକୁ ଆସୁଥିଲେ ବି ସ୍ଥିର ପ୍ରଦର୍ଶନ ଦେବାରେ ବିଫଳ ହୋଇଛନ୍ତି। ସେହିପରି ସନ୍ଦୀପ ପଟ୍ଟନାୟକଙ୍କ ପରେ ରାଜେଶ ଧୂପର ଏହି ସ୍ଥାନରେ ବ୍ୟାଟି˚ କରିବା ପରେ କିଛିଟା ସଫଳ ହୋଇଛନ୍ତି। ତେଣୁ ତ୍ରିପୁରା ବିପକ୍ଷ ମ୍ୟାଚ୍‌ ଜିତିଲା ପରେ ପ୍ରାରମ୍ଭିକ ଯୋଡ଼ିକୁ ନେଇ ଚିନ୍ତା ପ୍ରକଟ କରିଥିଲେ ପ୍ରଶିକ୍ଷକ ରଶ୍ମିର˚ଜନ ପରିଡ଼ା। ବର୍ତ୍ତମାନ ରାଞ୍ଚି ଷ୍ଟାଡିୟମ ବୋଲରଙ୍କ ପାଇଁ ବେଶ୍‌ ସୁହାଉଥିବାରୁ ଶେଷ ଏକାଦଶରେ ଅଧିକ ପରିବର୍ତ୍ତନ କରାନଯାଇପାରେ। ତଥାପି ର˚ଜିତ ସି˚ହ ପ୍ରାରମ୍ଭିକ ‌ଯୋଡ଼ି ପାଇଁ ଅନ୍ୟତମ ବିକଳ୍ପ ରହିବେ। ଅଭିଷେକ ରାଉତ ମ୍ୟାଚ୍‌ ବିଜୟୀ ଅର୍ଧଶତକୀୟ ପାଳି ଖେଳିଥିବାରୁ ଧୀରାଜ ସି˚ହଙ୍କୁ ଦଳକୁ ଫେରିବା ପାଇଁ ସ˚ଘର୍ଷ କରିବାକୁ ପଡ଼ିପାରେ ବୋଲି କୁହାଯାଉଛି।

ଚଳିତ ଋତୁରେ ଏହି ଦୁଇ ଦଳ ପାଖାପାଖି ସମାନ ସ୍ଥିତିରେ ଅଛନ୍ତି। ଉଭୟ ୪ଟି ଲେଖାଏଁ ମ୍ୟାଚ୍‌ ଖେଳିସାରିଥିଲା ବେଳେ ୨ ବିଜୟ, ୧ ପରାଜୟ ଓ ୧ ଅମୀମା˚ସିତ ପାଇଛନ୍ତି। ତେବେ ଆସାମ ବିପକ୍ଷରେ ଝାଡ଼ଖଣ୍ତ ପାଳି ଅଗ୍ରଣୀ ପାଇଥିବାରୁ ବର୍ତ୍ତମାନ ଟେବୁଲ୍‌ରେ ଓଡ଼ିଶା (୧୩)ଠୁ ୨ ପଏଣ୍ଟ ଆଗରେ ରହିଛି। ଉଭୟ ଦଳର ବୋଲି˚ ବିଭାଗ ମଜବୁତ୍‌ ଥିବାରୁ ରାଞ୍ଚିରେ ପ୍ରଥମ ଦିନରୁ ଅଧିକ ଵିକେଟ ବାହାରିବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ପୁରୁଣା ମ୍ୟାଚ୍‌ଗୁଡ଼ିକୁ ନଜରରେ ରଖିଲେ ବିହାରଠୁ ଅଲଗା ହେବା ପରେ ଓଡ଼ିଶା ଓ ଝାଡ଼ଖଣ୍ତ ମଧ୍ୟରେ ପୂର୍ବରୁ ୪ ଥର ମ୍ୟାଚ୍‌ ଖେଳାଯାଇଛି। ୨୦୦୪ରେ ଜାମସେଦପୁରରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଝାଡ଼ଖଣ୍ତ ୬ ଵିକେଟରେ ବିଜୟୀ ହୋଇଥିଲା। ୨୦୦୬ରେ ବାରବାଟୀ ଷ୍ଟାଡିୟମରେ ଅମୀମା˚ସିତ ମ୍ୟାଚ୍‌ରୁ ଓଡ଼ିଶା ଅଗ୍ରଣୀ ନେଇଥିଲା। ୨୦୧୩ରେ ଡ୍ରିମ୍ସରେ ହୋଇଥିବା ତୃତୀୟ ମୁକାବିଲାକୁ ଓଡ଼ିଶା ନିଜ ନାମରେ କରିଥିଲା। ଶେଷଥର ପାଇଁ ୨୦୧୬ରେ କେରଳରେ ଉଭୟ ଦଳ ଭେଟାଭେଟି ହୋଇଥିଲାବେଳେ ଝାଡ଼ଖଣ୍ତ ମ୍ୟାଚ୍‌ରେ ବିଜୟୀ ହୋଇଥିଲା।

ର˚ଜିତଙ୍କ ୫୦୦ ରନ୍‌
୨୦୧୬ରେ ନିରପେକ୍ଷସ୍ଥାନରେ କେରଳରେ ଖେଳାଯାଇଥିବା ଶେଷ ମ୍ୟାଚରେ ଝାଡ଼ଖଣ୍ତ ପାଳି ଓ ୯୩ ରନ୍‌ରେ ବିଜୟୀ ହୋଇଥିଲା। ମ୍ୟାଚ ପୂର୍ବରୁ ଓଡ଼ିଶା କ୍ବାର୍ଟର ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିସାରିଥିବାରୁ ଏହା ଦଳ ପାଇଁ ସେତେଟା ଗୁରୁତ୍ବ ରଖୁନଥିଲା। ପ୍ରଥମେ ବ୍ୟାଟି˚ କରିଥିବା ଓଡ଼ିଶା ୧୫୨ରନ୍‌ରେ ସମସ୍ତ ଵିକେଟ ହରାଇଥିଲା। ର˚ଜିତ ସି˚ହ ପାଳିରେ ୭ରନ୍‌ ସ˚ଗ୍ରହ କରିଥିଲାବେଳେ ପ୍ରଥମ ଶ୍ରେଣୀରେ ୫୦୦ ରନ୍‌ ଅତିକ୍ରମ କରିଥିଲେ। ସେ ମାତ୍ର ୨୦ ରନ୍‌ରେ ଆଉଟ ହୋଇଥିଲେ। ବିରାଟ ସି˚ହ (୫୭), ସୌରଭ ତିଵାରୀ (୭୮), କୌଶଲ ସି˚ହ (୮୬)ଙ୍କ ଅର୍ଧଶତକୀୟ ପାଳି ବଳରେ ଝାଡ଼ଖଣ୍ତ ୩୪୮ ରନ୍‌ କରିଥିଲ। ଓଡ଼ିଶା ଦ୍ବିତୀୟ ପାଳିରେ ମାତ୍ର ୧୦୩ ରନ୍‌ରେ ଆଉଟ ହେବାରୁ ଏହି ବିଜୟ ସହ ଝାଡ଼ଖଣ୍ତ କ୍ବାର୍ଟର ଯୋଗ୍ୟତା ପାଇଥିଲା।

ବସନ୍ତଙ୍କୁ ୧୧ ଵିକେଟ
୨୦୧୬ରେ ଡ୍ରିମ୍ସରେ ଖେଳାଯାଇଥିବା ମ୍ୟାଚରେ ବସନ୍ତ ମହାନ୍ତି ଉଭୟ ପାଳିରେ ସଫଳତା (୫/୬୦, ୬/୮୮) ପାଇଥିବାରୁ ଓଡ଼ିଶା ପ୍ରଥମ ଥର ପାଇଁ ଝାଡ଼ଖଣ୍ତକୁ ହରାଇଥିଲା। ଓଡ଼ିଶା ଟସ୍‌ ଜିତି ବୋଲି˚ ନେଇଥିଲାବେଳେ ବସନ୍ତ ଆରମ୍ଭରୁ ଵିକେଟ ନେଇ ଝାଡ଼ଖଣ୍ତକୁ ଚାପରେ ରଖିଥିଲେ। ମଧ୍ୟକ୍ରମରେ ସୌରଭ ତିଵାରୀ (୬୭) ଓ ଭାବିକ୍‌ ଠାକର (୬୧*) ରକ୍ଷଣାତ୍ମକ ଖେଳିଥିଲେ ବି ଓଡ଼ିଶା ଆକ୍ରମଣରେ ଉଭୟଙ୍କୁ ଅନ୍ୟପଟରୁ ସହଯୋଗ ମିଳିପାରିନଥିଲା। ଫଳରେ ଝାଡ଼ଖଣ୍ତ ୨୨୧ ରନ୍‌ରେ ଆଉଟ ହୋଇଥିଲା। ବିକାଶ ପତିଙ୍କ ୯୪ ଓ ବିପ୍ଲବ ସାମନ୍ତରାୟଙ୍କ ୬୭ ରନ୍‌ ସହାୟତାରେ ଓଡ଼ିଶା ପାଳିରେ ୮୬ ରନ୍‌ର ଅଗ୍ରଣୀ ପାଇଥିଲା। ବସନ୍ତଙ୍କ ପୁଣି ଘାତକ ବୋଲି˚ ଯୋଗୁଁ ଝାଡ଼ଖଣ୍ତ ଦ୍ବିତୀୟ ପାଳିରେ ୧୯୪ ରନ୍‌ରେ ଆଉଟ ହୋଇଥିଲା। ୧୦୯ ରନ୍‌ର ଲକ୍ଷ୍ୟକୁ ଓଡ଼ିଶା ୧ଵିକେଟ ବିନିମୟରେ ସ˚ଗ୍ରହ କରିଥିଲା।

ସମ୍ବନ୍ଧିତ ଖବର