ଜାତୀୟ କୀର୍ତ୍ତିମାନ ସହ କମଲପ୍ରୀତ୍‌ଙ୍କୁ ଟୋକିଓ ଟିକେଟ୍‌

ପତିଆଲା : ମହିଳା ଡିସ୍‌କସ୍‌ ତାରକା କମଲପ୍ରୀତ୍‌ କୌର ଶୁକ୍ରବାର ଜାତୀୟ କୀର୍ତ୍ତିମାନ ଭାଙ୍ଗିବା ସାଙ୍ଗକୁ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିନେଇଛନ୍ତି। ଅଲିମ୍ପିକ୍ସ ଯୋଗ୍ୟତା ମାନଦଣ୍ଡ ୬୩.୫ ମିଟର ଧାର୍ଯ୍ୟ ରହିଥିଲା ବେଳେ କମଲପ୍ରୀତ୍‌ ଚଳିତ ଆଥ୍‌ଲେଟିକ୍ସ ଫେଡେ‌ରେସନ୍‌ କପ୍‌ରେ ସେ ୬୫.୦୬ ମିଟର ଦୂରକୁ ଡିସ୍‌କସ୍‌ ଫିଙ୍ଗିଥିଲେ। ସେ ମଧ୍ୟ ଏହି ପ୍ରଦର୍ଶନ ଅବସରରେ ମହିଳା ବର୍ଗରେ କୃଷ୍ଣା ପୂନିଆ (୬୪.୭୬ ମିଟର, ୨୦୧୨ରେ)ଙ୍କ ଜାତୀୟ କୀର୍ତ୍ତିମାନକୁ ପଛରେ ପକାଇ ଦେଇଥିଲେ। ଏପରିକି କୌଣସି ଭାରତୀୟ ଭାବେ ମହିଳା ଡିସ୍‌କସ୍‌ରେ ପ୍ରଥମ ଥର ଲାଗି ୬୫ ମିଟର ଛୁଇଁବାର ଶ୍ରେୟ କମଲପ୍ରୀତ୍‌ଙ୍କ ନାମକୁ ଯାଇଛି।

ସମ୍ବନ୍ଧିତ ଖବର